Masthead

ଶପଥ ନେଲେ ଆର୍ୟନ ଖାନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):   ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମୁମ୍ବାଇ ଡ୍ରଗ୍ସ ରେଭ ପାର୍ଟି ମାମଲାରେ ଏବେ ଜେଲରେ ଅଛନ୍ତି । ଜାମିନ ଆବେଦନ ଉପରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଜାମିନ ଆବେଦନ ଖାରଜ ହେବା ପରେ ସେ ଏବେ ୨୦ ତାରିଖ ଯାଏ ଜେଲରେ ଅଛନ୍ତି । ଆଗାମୀ ଶୁଣାଣିରେ ତାଙ୍କୁ ଜେଲ ମିଳିବ ନା ବେଲ ଏ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହାରି ଭିତରେ ଆର୍ୟନ ଏନସିବିକୁ ଏକ ବଡ ପ୍ରତିଶୃତି ଦେଇଛନ୍ତି ।ଖାଲି ଏତିକି ନୁହେଁ ସେ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଗରେ ଶପଥ ମଧ୍ୟ ନେଇଛନ୍ତି । ସୂଚନା ଅନୁଯାୟୀ, ଏନସିବିର ନିର୍ଦ୍ଦେଶକ ସମୀର ୱାଙ୍ଗଡେ ନିଜ ଟିମ ନିକଟରେ ଆର୍ୟନ ଖାନଙ୍କ କାଉନସେଲିଂ କରାଇଥିଲେ । ଏହି ସମୟରେ ଆର୍ୟନ ତାଙ୍କୁ କହିଛନ୍ତି ଜେଲରୁ ବାହାରିବା ପରେ ସେ ଭଲ ମଣିଷ ହୋଇଯିବେ । ଗରିବ ଲୋକମାନଙ୍କୁ ସେ ସାହାଯ୍ୟ କିବେ । ସେ କେବେ ଆଉ ଏମିତି କାମ କିରିବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।

ତେବେ ଆର୍ୟନ ସହ ଗିରଫ ହୋଇଥିବା ଅନ୍ୟ ୭ ଜଣଙ୍କର ବୟସ ୩୦ରୁ କମ । ତେବେ ସେମାନେ ଏତେ କମ ବୟସର ଏପରି ନିଶାଦ୍ରବ୍ୟ ସେବନ କରିବା ଅନୁଚିତ । ସମୀର ୱାଙ୍ଖଡେ ସେମାନଙ୍କୁ ନିଶା ନ ନେବା ପାଇଁ କହିଛନ୍ତି । ସେମାନଙ୍କୁ ଡ୍ରଗ୍ସ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଥାଉକି ଆର୍ୟନ ଏବେ ଆର୍ଥର ରୋଡ ଜେଲରେ କଏଦୀ ନମ୍ବର ୯୫୬ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ