Masthead

ମଦ ନେଲା ଜୀବନ: ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ଖଲ୍ଲିକୋଟ/ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ମଦ ନିଶା ଉଜାଡି ଦେଲା ପୂରା ସଂସାର। ନିଶାସକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକରେ। ଏହି ବ୍ଳକର ବେଢଛେଳୁ ଗ୍ରାମରେ ରହୁଥିବା ପ୍ରଶାନ୍ତ ମୁଦୁଲି ମଦ ପିଇ ଘରେ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଝିଲିଙ୍କ ସହ ଝଗଡା କରିବା ଏକ ସବୁଦିନିଆ ଘଟଣା ଥିଲା। ଏପରିକି ଏ ନେଇ ଅନେକ ବାର ଥାନାରେ ଅଭିଯୋଗ ଓ ବୁଝାମଣା ପୂର୍ବରୁ ହୋଇଛି।

ଗତ ବୁଧବାର ରାତିର ଝଗଡା ଶେଷ ଝଗଡା ହୋଇଥିଲା। ଶିଳପୁଆରେ ସ୍ତ୍ରୀ ଝିଲିର ମୁଣ୍ଡକୁ ଜୋରରେ ଆଘାତ କରିବା ଫଳରେ ତାର ମୃତ୍ୟୁ ହୋଇଥିଲା। ଏହାର କିଛି ସମୟ ପରେ ସ୍ୱାମୀ ପ୍ରଶାନ୍ତ ମଧ୍ୟ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲା । ୧୩ ବର୍ଷର ଝିଅ ଓ ୮ ବର୍ଷର ପୁଅ ନାବାଳକ ବୟସରେ ଦୁନିଆକୁ ଚିହ୍ନିବା ଆଗରୁ ବାପା ମା ଛେଉଣ୍ଡ ହୋଇ ଯାଇଛନ୍ତି। ଗ୍ରାମଟି ପୁରୁଷୋତ୍ତମପୁର ଥାନା ଅଧୀନରେ ଆସୁଥିବା କାରଣରୁ ସେହି ଥାନା କର୍ତ୍ତୃପକ୍ଷ ଓ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା