ମଦ ନେଲା ଜୀବନ: ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ଖଲ୍ଲିକୋଟ/ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ମଦ ନିଶା ଉଜାଡି ଦେଲା ପୂରା ସଂସାର। ନିଶାସକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକରେ। ଏହି ବ୍ଳକର ବେଢଛେଳୁ ଗ୍ରାମରେ ରହୁଥିବା ପ୍ରଶାନ୍ତ ମୁଦୁଲି ମଦ ପିଇ ଘରେ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଝିଲିଙ୍କ ସହ ଝଗଡା କରିବା ଏକ ସବୁଦିନିଆ ଘଟଣା ଥିଲା। ଏପରିକି ଏ ନେଇ ଅନେକ ବାର ଥାନାରେ ଅଭିଯୋଗ ଓ ବୁଝାମଣା ପୂର୍ବରୁ ହୋଇଛି।

ଗତ ବୁଧବାର ରାତିର ଝଗଡା ଶେଷ ଝଗଡା ହୋଇଥିଲା। ଶିଳପୁଆରେ ସ୍ତ୍ରୀ ଝିଲିର ମୁଣ୍ଡକୁ ଜୋରରେ ଆଘାତ କରିବା ଫଳରେ ତାର ମୃତ୍ୟୁ ହୋଇଥିଲା। ଏହାର କିଛି ସମୟ ପରେ ସ୍ୱାମୀ ପ୍ରଶାନ୍ତ ମଧ୍ୟ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲା । ୧୩ ବର୍ଷର ଝିଅ ଓ ୮ ବର୍ଷର ପୁଅ ନାବାଳକ ବୟସରେ ଦୁନିଆକୁ ଚିହ୍ନିବା ଆଗରୁ ବାପା ମା ଛେଉଣ୍ଡ ହୋଇ ଯାଇଛନ୍ତି। ଗ୍ରାମଟି ପୁରୁଷୋତ୍ତମପୁର ଥାନା ଅଧୀନରେ ଆସୁଥିବା କାରଣରୁ ସେହି ଥାନା କର୍ତ୍ତୃପକ୍ଷ ଓ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!