Masthead

ଆତଙ୍କୀଙ୍କ ଟାର୍ଗେଟରେ କଶ୍ମୀର ପ୍ରବାସୀ

ଶ୍ରୀନଗର(ବଡ଼ ଖବର ବ୍ୟୁରୋ):  ଆତଙ୍କବାଦୀମାନେ କଶ୍ମୀରରେ ଆତଙ୍କ ଖେଳାଇଛନ୍ତି । କଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକଙ୍କୁ ଆତଙ୍କବାଦୀ ହତ୍ୟା କରିବାରେ ଲାଗିଛନ୍ତି । ୨ ଦିନ ମଧ୍ୟରେ ୪ ପ୍ରବାସୀ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇବା ପରେ ସମସ୍ତଙ୍କ ଚିନ୍ତା ଏବେ ବଢି ଯାଇଛି । ତେବେ ଆଗକୁ ଆହୁରି ହମଲା ହେବାର ଆଶଙ୍କା ଥିବାରୁ ସିଆରପିଏଫ, ଆର୍ମି ଓ ଏନଆଇର ଅଧିକାରୀମାନେ କଶ୍ମୀରରେ ପହଞ୍ଚି ସ୍ଥିତିର ଅନୁଧାନ କରୁଛନ୍ତି ।

ସିଆରପିଏଫ ଓ ଏନଆଇଏ ଡିଜି କୁଲଦୀପ ସିଂହ କଶ୍ମୀରରେ କ୍ୟାମ୍ପ କରି ରହିଛନ୍ତି । ପ୍ରବାସୀଙ୍କ ସୁରକ୍ଷା ସହ ଆତଙ୍କବାଦୀଙ୍କ ସବୁ ପ୍ରକାରର ଉଦ୍ୟମକୁ ପଣ୍ଡ କରିବାକୁ ରଣନୀତି ପ୍ରସ୍ତୁତ କରାଯାଉଛି । ସେପଟେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ମଧ୍ୟ କଶ୍ମୀରରେ ଘଟୁଥିବା ଘଟଣା ଉପରେ ନଜର ରଖିଛି । ସେନା ପକ୍ଷରୁ ଏକ ବଡଧରଣର ଅପରେସନ ପାଇଁ ବର୍ତ୍ତମାନ ଯୋଜନା ଚାଲିଛି । ସୁରକ୍ଷାକର୍ମୀମାନେ କ୍ରମାଗତ ଭାବେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ କରୁଥିବାରୁ ଏହାର ବଦଲା ନେବାକୁ ସେମାନେ ଅଣ କଶ୍ମୀରଙ୍କୁ ଚାର୍ଗେଟ କରୁଛନ୍ତି ।

ପୂର୍ବରୁ କଶ୍ମୀରରେ କେବେ ହେଲେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକ ଏବଂ ବାହାର ରାଜ୍ୟର ଲୋକମାନଙ୍କ ଉପରେ ହମଲା କରିନାହାନ୍ତି । ହେଲେ ଏବେ ସ୍ଥିତି ବଦଳି ଯାଇଛି । ସେମାନେ ଏବେ ସାଧାରଣ ଲୋକଙ୍କ ବ୍ୟତୀତ ଅନ୍ୟ ପ୍ରବାସୀଙ୍କ ଉପରେ ମାଧ୍ୟ ଟାର୍ଗେଟ ରଖିଛନ୍ତି । ଖବର ଅନୁଯାୟୀ ଆତଙ୍କୀଙ୍କ ହମଲାରେ ଏଥର ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଗତ ୯ଦିନ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୩ ଜଣ ଆତଙ୍କୀ ନିପାତ ହୋଇଛନ୍ତି । ପୁଞ୍ଚ ଜଙ୍ଗଲରେ ୮ ଦିନ ହେଲା ଏନକାଉଣ୍ଟର ଜାରି ରହିଛି । ଏହି ଏନକାଉଣ୍ଟରରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ତଥାପି ଯବାନଙ୍କ ପକ୍ଷରୁ କଡା ଯବାବ ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି