Masthead

ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ସକାଳା ୬ ଟା ସୁଦ୍ଧା ୬. ୩୦ ମିଟର ରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ନଦୀର ଉପରମୁଣ୍ତ ରେ ଲଗାଣ ବର୍ଷା ଯୋଗୁ କ୍ରମଶଃ ବଢୁଛି ନଦୀ ର ଜଳସ୍ତର । ତଳିଆ ଅଞ୍ଚଳରେ ପ୍ରବେଶ କରିଛି ଜଳକା ନଦୀ ର ପାଣି । ବସ୍ତା ବ୍ଲକର ୧୨ ଟି ପଞ୍ଚାୟତ ଏବଂ ସଦର ବ୍ଲକ ର ୨ ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ରହିଛି ।

ଗତ ବନ୍ୟାରେ ବସ୍ତା ବ୍ଲକରେ ୫ ଶହ ହେକ୍ଟରରୁ ଅଧିକ ଜମିରେ ଧାନ ନଷ୍ଟ ହୋଇଥିଲା । ପୁଣି ଯଦି ବନ୍ୟା ହୁଏ ତାହାହେଲେ ଧାନ ଥୋଡରେ ପାଣି ପଶି ସମସ୍ତ ଧାନ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଯଦି ବନ୍ୟା ହୁଏ ତାହାହେଲେ ବସ୍ତା ବ୍ଲକର ୭ଟି ପଞ୍ଚାୟତରୁ ୫ ହଜାରରୁ ଅଧିକ ହେକ୍ଟର ଧାନ ଫସଲ ନଷ୍ଟ ହେବା ସହିତ ସଦର ବ୍ଲକର ୨ଟି ପଞ୍ଚାୟତରୁ ୧ ହଜାର ହେକ୍ଟର ଧାନ ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ