Masthead

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ

ଉତ୍ତରାଖଣ୍ଡ(ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ । ଲଗାଣ ବର୍ଷା ସାଜିଛି କାଳ, ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ସ୍ଥିତି ଜଟିଳ ହୋଇ ପଡିଛି । ବାଦଲ ଫଟା ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଲୋକମାନେ ଏ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡି ମଟର, ରେଷ୍ଟୁରାଣ୍ଟ ସବୁକିଛି ବର୍ଷା ପାଣିରେ ବୁଡି ଯାଇଛି । ସେପଟେ ଭୂସ୍ଖଳନ ଯୋଗୁ ଅନେକ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ଗମନାଗମନ ବିଚ୍ଛିନ୍ନ ହୋଇଛି । ପ୍ରବଳ ବର୍ଷା, ଭୂସ୍ଖଳନ, ଏବଂ ବନ୍ୟା ଯୋଗୁଁ ଉତ୍ତରାଖଣ୍ଡରେ ମୃତ୍ୟୁ ସଂଖ୍ୟା ବୁଦ୍ଧି ପାଇଛି ।ଏଥିରେ ପ୍ରାୟ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ବର୍ଷା ଓ ବନ୍ୟାର ତାଣ୍ଡବ ଏପରି ରହିଛି ଯେ, କେଉଁଠି ପୋଲ ଭାସିଯାଇଛି ତ ପୁଣି କେଉଁଠି ଟ୍ରେନ ଲାଇନ ଦୋଇ ହୋଇଯାଇଛି ।

ପ୍ରକୃତିର ତାଣ୍ଡବ ଭିତରେ ରାଜ୍ୟ ବାସୀଙ୍କ ସମେତ ପର୍ଯ୍ୟଟକ ମଧ୍ୟ ଫସି ରହିଛନ୍ତି । ସ୍ଥିତି ଏଭଳି ହୋଇ ପଡିଛି ଯେ , ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବର୍ଷା ପ୍ରଭାବିତ ଅଞ୍ଚଳଗୁଡିକର ସ୍ଥିତି ସମୀକ୍ଷା କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି । ସେପଟେ ଭୂସ୍ଖଳନ ଯୋଗୁ ନୈନିତାଲକୁ ସଂଯୋଗ ବିଚ୍ଚିନ୍ନ ହୋଇଛି । ନୈନିତାଲ ଜିଲ୍ଲାର ରାମଗଡରେ ବାଦଲଫଟା ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ଜାଗାରେ ଭୂସ୍ଖଳନ ଯୋଗୁ ୧୫ ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ଉତ୍ତରାଖଣ୍ଡର ଉଧମ ସିଂହ ନଗର ଜିଲ୍ଲାରେ ସ୍ଥିତି ସାଂଘାତିକ ଥିବାରୁ ୬ଟି ଏନଡିଆରଏଫ ଟିମ ମୁତୟନ କରାଯାଇଛି । ସେହିପରି ଉତ୍ତରକାଶୀ ଏବଂ ଚାମୋଲିରେ ୨ଟି ଲେଖାଏଁ ଟିମ ଏବଂ ଡେରାଡୁନ, ପାଥୋରଗଡ ଏବଂ ହରିଦ୍ୱାରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛି । ବନ୍ୟା ପ୍ରଭାବିତ ହୋଇଥିବା ଅଞ୍ଚଳରୁ ଏଯାଏଁ ୩୦୦ରୁ ଅଧିକ ଲୋକଙ୍କୁ ଖାଲି କରାଯାଇଛି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ହେଲିକପ୍ଟର ମୁତୟନ କରାଯାଇଛି । ଲୋକମାନଙ୍କୁ ଭୟଭିତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ବନ୍ୟା ଏବଂ ବର୍ଷା ପାଇଁ ଘର ହରାଇଥିବା ଲୋକମାନଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ସରକାର । ବନ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଘୋଷଣା କରିଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼