Masthead

ଫେସବୁକର ନାମ ବଦଳିବ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଦଳିବାକୁ ଯାଉଛି ଫେସବୁକର ନାମ । ଆସନ୍ତା ସପ୍ତାହରେ ‘ଫେସ୍‌ବୁକ୍‌’ ତା’ର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛି । ଯାହା ମଙ୍ଗଳବାର ଦିନ ‘ଦି ଭର୍ଜ’ ରିପୋର୍ଟ କରିଛି। ଅକ୍ଟୋବର ୨୮ ତାରିଖ ହେବାକୁ ଥିବା କମ୍ପାନିର ବାର୍ଷିକ ‘କନେକ୍ଟ୍‌’ ସମ୍ମିଳନୀରେ ‘ଫେସ୍‌ବୁକ୍‌’ର ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ଅଫିସର୍‌ ମାର୍କ ଜୁକରବର୍ଗ ନାମ ପରିବର୍ତ୍ତନ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ଯୋଜନା କରୁଛନ୍ତି । କିନ୍ତୁ, ତା’ପୂର୍ବରୁ ମଧ୍ୟ ହୋଇପାରେ ନାମ ପରିବର୍ତ୍ତନ ।

ଏ ସଂକ୍ରାନ୍ତରେ ପ୍ରତ୍ୟକ୍ଷ ଭାବେ ଜାଣିଥିବା ବ୍ୟକ୍ତିବିଶେଷଙ୍କସୂତ୍ରକୁ ଆଧାର କରି ‘ଦି ଭର୍ଜ’ ରିପୋର୍ଟ କରିଛି। ‘ଫେସ୍‌ବୁକ’ର ବ୍ୟବସାୟ ଧାରା ଉପରେ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ଅନୁସନ୍ଧାନ ତୀବ୍ରତର ହେଉଥିବା ବେଳେ ଏଭଳି ଖବର ଶୁଣାଯାଉଛି। ‘ଫେସ୍‌ବୁକ୍‌’ ଉପରେ ‘କଂଗ୍ରେସ’ର ରାଗ ବୃଦ୍ଧି ପାଉଥିବା ଦର୍ଶାଇ ଉଭୟ ଦଳର ସାଂସଦମାନେ ତାହାକୁ (ଫେସ୍‌ବୁକ୍‌) ସମାଲୋଚନା କରିଛନ୍ତି। ‘ଇନ୍‌ଷ୍ଟାଗ୍ରାମ୍‌’, ‘ହ୍ଵାଟ୍‌ସ୍‌ଆପ୍‌’, ‘ଓକ୍ୟୁଲସ୍‌’ ଏବଂ ଅନ୍ୟାନ୍ୟ ଗ୍ରୁପ୍‌ ସବୁ ଯେମିତି ମୂଳ କମ୍ପାନିର ତତ୍ତ୍ୱାବଧାନରେ ରହୁଛନ୍ତି, ନାମ ପରିବର୍ତ୍ତନ ହେବା ପରେ ‘ଫେସ୍‌ବୁକ୍‌’ର ସାମାଜିକ ଗଣମାଧ୍ୟମ ଆପ୍‌ ମଧ୍ୟ ସେମିତି ରହିବ ବୋଲି ‘ଦି ଭର୍ଜ’ ରିପୋର୍ଟ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ