Masthead

ଅଭିନବ ଉପାୟରେ ଚୋରି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁକ ବଧିରର ଅଭିନୟ କରୁଥିଲେ । ଶାଢ଼ୀ ବେପାରୀ କହି ଚୋରି କରୁଥିଲେ। ରାଜଧାନୀରେ ଏପରି ଏକ ଗ୍ରୁପକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ ଓ ସହିଦ ନଗର ଥାନା ପୋଲିସ । ଶାଢ଼ୀ ବିକିବା ଆଳରେ ସୁଯୋଗ ମିଳିଲେ ଏମାନେ ମୋବାଇଲ ଓ ଲାପଟପ ଲୁଟି ନିଅନ୍ତି । ୩୦ରୁ ଅଧିକ ମୋବାଇଲ ଫୋନ ଏବଂ ୩ ଲାପଟପ ସହ ଗୋଟିଏ ଟ୍ୟାବ ଜବତ କରାଯାଇଛି ।

ଏମାନେ ଭୁବନେଶ୍ୱରର ଉପକଣ୍ଠରେ ଘର ଭଡ଼ା ନେଇ ରହିବା ସହ ସକାଳ ସମୟରେ ଅଧିକ ଚୋରି କରୁଥିଲେ । ଏ ମାନଙ୍କ ଠାରୁ କିଛି ଶାଢ଼ୀ ମଧ୍ୟ ଜବତ କରାଯାଇଛି । ତେବେ ଚୋରି କରୁଥିବା ମୋବାଇଲ ଏବଂ ଲାପଟପକୁ ରାଜ୍ୟ ବାହାରେ ବିକ୍ରି କରୁଥିଲେ। ବିଶେଷ କରି ତାମିଲନାଡୁ ଅଞ୍ଚଳରେ ଅଧିକରୁ ଅଧିକ ଜିନିଷ ବିକ୍ରି କରୁଥିବା ଜଣା ପଡ଼ିଛି। ଏକ ସ୍ୱତନ୍ତ୍ର ଟିମ ତାମିଲନାଡୁ ଯାଇ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ଡ଼ିସିପି ଉମାଶାଙ୍କର ଦାସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ