Masthead

କଂଗ୍ରେସରୁ କଟିଲା କେତୁ ଦୋଷ: ତାରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ ): କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଇସ୍ତଫା ଦେବା ପରେ ରାଜନୀତି ମୁହଁ ଖୋଲିଛନ୍ତି ତାରା ।  ପ୍ରତିକ୍ରିୟା ରଖି ଜୟପୁର ବିଧାୟକ ତାରାବାହିନୀ ପତି ପ୍ରଦୀପ ମାଝିଙ୍କ ଇସ୍ତଫାକୁ କେତୁ ଦୋଷ କଟିଲା ବୋଲି କହିଛନ୍ତି । ସେ କହିଛନ୍ତି କଂଗ୍ରେସ ଦଳରେ ଥିଲା ଗ୍ରହ ଦୋଷ। ପୂର୍ବରୁ ଶନି, ରାହୁ ଯାଇଥିଲେ ଏବେ କେତୁ ଗଲେ। ତେଣୁ କଂଗ୍ରେସରୁ ଗ୍ରହ ଦୋଷ କଟିଛି।କଂଗ୍ରେସ ଦଳ ଭଲ ଏବେ ଭଲ ପ୍ରଦର୍ଶନ କରିବ। ତାରା ଆହୁରି ମଧ୍ୟ କହିଛନ୍ତି ପ୍ରଦୀପ ମାଝୀଙ୍କ ଇସ୍ତଫା କଂଗ୍ରେସ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏଣିକି କଂଗ୍ରେସ ଦଳ ଅଧିକ ଶକ୍ତିଶାଳୀ ହେବ, ଭଲ ପ୍ରଦର୍ଶନ କରିବ ବୋଲି ତାରା କହିଛନ୍ତି । ପ୍ରଦୀପ ମାଝୀ ଯାହା ବି ପାଇଛନ୍ତି କଂଗ୍ରେସ ଦଳରୁ ହିଁ ପାଇଛନ୍ତି । ସେ କଂଗ୍ରେସ ଦଳ ଛାଡିବା ଦ୍ବାରା ଦଳରେ କୌଣସି ପ୍ରଭାବ ପଡିବ ନାହିଁ ।

ସେପଟେ  ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି ସେମାନଙ୍କ ଉପରେ ବର୍ଷିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି ‘ସବୁ ଡଙ୍ଗାବୁଡ଼ା ଏକାଠି ଭେଟ’।  ଅର୍ଥାତ୍ ସେ ପ୍ରଦୀପ ମାଝୀଙ୍କ କଥା ହେଉ କି ଚନ୍ଦ୍ରଶେଖର ମାଝୀ ହୁଅନ୍ତୁ କି କୈଳାସ କୁଲେଶିକା ହୁଅନ୍ତୁ। ପ୍ରାୟତ ସମସ୍ତେ କଂଗ୍ରେସ ଛାଡ଼ିବା ପରେ ବିଜେଡିରେ ମିଶିଛନ୍ତି। ତେଣୁ ଯେଉଁ କଂଗ୍ରେସ ନେତା ମାନଙ୍କୁ ନେଇ ବିଜେଡି ତାର କଳେବର ବୃଦ୍ଧି କଥା କହୁଛି ସେ ସଜାଗ ହେଇଯାଉ । ବିଜେଡିର ଭେଳା ବୁଡ଼ିବା ସମୟ ଆସିଗଲାଣି ତେଣୁ ନବୀନ ସଜାଗ ହୋଇଯାଆନ୍ତୁ ବୋଲି କରିଛନ୍ତି ସୁର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା