Masthead

ଗୁଣ୍ଡା ସାଜିଲେ ବିଜେଡି କର୍ମୀ

ବାରିପଦା(ବଡ଼ ଖବର ବ୍ୟୁରୋ): ଗୁଣ୍ଡା ସାଜିଲେ ବିଜେଡି କର୍ମୀ । ପୁଲିସ ସାମ୍ନାରେ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବରେ ପିଟିଲେ । ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସମୟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । କାର୍ଯ୍ୟକ୍ରମ ସରିବା ପରେ ଜେଏମଏମ ଓ ବିଜେପି କର୍ମକର୍ତ୍ତା ମାନଙ୍କୁ ବିଜେଡି କର୍ମୀ ଅମାନବୀୟ ଭାବେ ମାଡ଼ ମାରିଛନ୍ତି । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଜେଏମଏମ କର୍ମୀ ମଧୁସୁଦନ ସାହୁ, ବିଜେପି କର୍ମୀ ସୂର୍ଯ୍ୟବଂଶୀ ସୁରଜ ଓ ଦେବାଂଶ ରାଉତଙ୍କୁ ପୁଲିସ ସମ୍ମୁଖରେ ମାଡ ମାରିଥିବାର ଅଭିଯୋଗ କରିଛନ୍ତି ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସରେନ ।

ସେପଟେ ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ମନ୍ତ୍ରି ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଆସୁଛନ୍ତି । ଏପରିକି ଶେଷ ସମୟରେ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୟୂରଭଞ୍ଜ ଗସ୍ତରୁ ବାଦ ଦିଆଯାଇଥିଲା । ହେଲେ କେବଳ ମନ୍ତ୍ରୀଙ୍କୁ ବାଦ ଦେବା ତାହା ନୁହେଁ ବରଂ ମନ୍ତ୍ରୀଙ୍କୁ ଦଳରୁ ଖୁବଶୀଘ୍ର ବହିଷ୍କାର କରାଯାଉ ବୋଲି ବିରୋଧୀ ଦାବି କରିଥିଲେ । ତେବେ ଏହି ଝଗଡ଼ା ଏସବୁକୁ ଦୃଷ୍ଟିରେ ରଖି ବିଜେଡି କର୍ମୀ ଘଟାଇଥିବାର ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ