Masthead

ଆଜି ଭାରତ-ପାକିସ୍ତାନ ଟି ୨୦ ମ୍ୟାଚ୍

(ବଡ଼ ଖବର ବ୍ୟୁରୋ) ଟି ୨୦ ବିଶ୍ୱକପରେ ଆଜି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ୭ଟାରୁ ମ୍ୟାଚ ଆରମ୍ଭ ହେବ । ଆଜିର ମ୍ୟାଚ ଜୋରଦାର ହେବ । ଏହି ମ୍ୟାଚରେ ଭାରତ ତାର ଟି ୨୦ ବିଶ୍ୱକପ ରେକର୍ଡକୁ ବଜାୟ ରଖିବାକୁ ଚେଷ୍ଟା କରିବ ।

ସେପଟେ ପାକିସ୍ତାନ ବି ପୁରୁଣା କଥାକୁ ଭୁଲି ମ୍ୟାଚ ଜତିବା ନେଇ ଲକ୍ଷ୍ୟ ରଖିଛି । ଆଜିର ମ୍ୟାଚ ପାଇଁ ଶନିବାର ସନ୍ଧ୍ୟାରେ ପାକିସ୍ତାନ ତାର ୧୨ ଜଣିଆ ଦଳ ଘୋଷଣା କରିଥିଲେ । ବାବର ଆଜମଙ୍କ ନେତୃତ୍ୱରେ ଏହି ଟିମରେ ଅସିଫ ଅଲୀ, ଫଖର ଜମାନ, ହାଇଦର ଅଲୀ, ମହମ୍ମଦ ରିଜୱାନ, ଇମାଦ ୱାସିମ, ମହମ୍ମଦ ହାଫିଜ, ଶାଦବ ଖାନ, ସୋଏବ ମଲ୍ଲିକ, ହରିଶ ରୌଫ୍, ହାସନ ଅଲୀ, ଶାହୀନ ଶାହ ଆଫ୍ର୍ିଦ ଅଛନ୍ତି ।

ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହିତ ରୋହିତ ଶର୍ମା , କେଏଲ ରାହୁଲ,ସୂର୍ଯ୍ୟ କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ହରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁରସ ମହମ୍ମଦ ସାମି ଓ ଯଶପ୍ରୀତ ବୁମରା ପ୍ରମୁଖ ଅଛନ୍ତି । ଟି ୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମୋଟ ୫ ଥର ମୁହାଁମୁହିଁ ହୋଇଛନ୍ତି । ଆଉ ସବୁ ମ୍ୟାଚରେ ଭାରତ ହିଁ ବାଜି ମାରିଛି । ୨୦୦୭ରେ ପାକିସ୍ତାନକୁ ହରାଇ ଦଳ ପ୍ରଥମ ଟି ୨୦ ବିଶ୍ୱକପ ଜିତିଥିଲା । ୨୦୧୬ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ଆଉ ଏଥିରେ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା