Masthead

ଆଜି ଭାରତ-ପାକିସ୍ତାନ ଟି ୨୦ ମ୍ୟାଚ୍

(ବଡ଼ ଖବର ବ୍ୟୁରୋ) ଟି ୨୦ ବିଶ୍ୱକପରେ ଆଜି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ୭ଟାରୁ ମ୍ୟାଚ ଆରମ୍ଭ ହେବ । ଆଜିର ମ୍ୟାଚ ଜୋରଦାର ହେବ । ଏହି ମ୍ୟାଚରେ ଭାରତ ତାର ଟି ୨୦ ବିଶ୍ୱକପ ରେକର୍ଡକୁ ବଜାୟ ରଖିବାକୁ ଚେଷ୍ଟା କରିବ ।

ସେପଟେ ପାକିସ୍ତାନ ବି ପୁରୁଣା କଥାକୁ ଭୁଲି ମ୍ୟାଚ ଜତିବା ନେଇ ଲକ୍ଷ୍ୟ ରଖିଛି । ଆଜିର ମ୍ୟାଚ ପାଇଁ ଶନିବାର ସନ୍ଧ୍ୟାରେ ପାକିସ୍ତାନ ତାର ୧୨ ଜଣିଆ ଦଳ ଘୋଷଣା କରିଥିଲେ । ବାବର ଆଜମଙ୍କ ନେତୃତ୍ୱରେ ଏହି ଟିମରେ ଅସିଫ ଅଲୀ, ଫଖର ଜମାନ, ହାଇଦର ଅଲୀ, ମହମ୍ମଦ ରିଜୱାନ, ଇମାଦ ୱାସିମ, ମହମ୍ମଦ ହାଫିଜ, ଶାଦବ ଖାନ, ସୋଏବ ମଲ୍ଲିକ, ହରିଶ ରୌଫ୍, ହାସନ ଅଲୀ, ଶାହୀନ ଶାହ ଆଫ୍ର୍ିଦ ଅଛନ୍ତି ।

ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହିତ ରୋହିତ ଶର୍ମା , କେଏଲ ରାହୁଲ,ସୂର୍ଯ୍ୟ କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ହରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁରସ ମହମ୍ମଦ ସାମି ଓ ଯଶପ୍ରୀତ ବୁମରା ପ୍ରମୁଖ ଅଛନ୍ତି । ଟି ୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମୋଟ ୫ ଥର ମୁହାଁମୁହିଁ ହୋଇଛନ୍ତି । ଆଉ ସବୁ ମ୍ୟାଚରେ ଭାରତ ହିଁ ବାଜି ମାରିଛି । ୨୦୦୭ରେ ପାକିସ୍ତାନକୁ ହରାଇ ଦଳ ପ୍ରଥମ ଟି ୨୦ ବିଶ୍ୱକପ ଜିତିଥିଲା । ୨୦୧୬ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ଆଉ ଏଥିରେ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା