Masthead

ବିପୁଳ ପରିମାଣର ଗଂଜେଇ ଜବତ

(ବଡ଼ ଖବର ବ୍ୟୁରୋ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ କୁ ମିଳିବାରେ ଲାଗିଛି ଗୋଟେ ପରେ ଗୋଟେ ସଫଳତା ।ଗତ ଦୁଇ ମାସ ମଧ୍ୟରେ ଜବତ ହେଲାଣି ୧୦ ଟନ ରୁ ଉର୍ଦ୍ଧ୍ବ ଗଂଜେଇ । ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ । ଗତକାଲି ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ୟ୍ୟ ପ୍ରକାଶ ନାୟକ ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ ର ଗୋଟିଏ ଟିମ ଟନେଲକ୍ୟାମ୍ପ ବାଲିମେଳା ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଡାଇକ ୨ ବନ୍ଧ ନିକଟ ରାଜବନ୍ଧ ଗ୍ରାମ ନିକଟରେ ଗୋଟିଏ ମହେନ୍ଦ୍ରା ଏସ ୟୁ ଭି ଓ ମାରୁତି ସୁଜୁକି ଗାଡ଼ିରେ ୧୩ ଟି ଜରି ପ୍ୟାକେଟରେ ଗଂଜେଇ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ପାଇଥିଲେ ।

ଉକ୍ତ ଜବତ ଗଂଜେଇ ର ଓଜନ ୩୨୫ କେଜି ୩୯୦ ଗ୍ରାମ ଓ ଏହାର ଆନୁମାନିକ ମୂଲ୍ୟ ତିରିଶ ଲକ୍ଷ ରୁ ଉର୍ଦ୍ଧ୍ଵ ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଗଂଜେଇ ଭର୍ତ୍ତି ଏସ ୟୁ ଭି ଓ ମାରୁତି ସ୍ୱିଫ୍ଟ ଗାଡି ଚିତ୍ରକୋଣ୍ଡା ଡାଇକ ୨ ରାଜାବନ୍ଧ ଗ୍ରାମ ରୁ ଗଂଜାମ କୁ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ପ୍ରକାଶ କରିଛି ।

ଗିରଫ ତିନି ଜଣ ହେଲେ , ଜୀନୁ ଖିଲ (୨୫) ଓ ସି ସି କଲୋନୀ ବାଲିମେଳା, ଦୀପକ ଜେନା (୨୨)ପାୱାର ହାଉସ କଲୋନୀ ବାଲିମେଳା, ନୀଳାଚଳ ପାଢ଼ୀ (୪୨) କୋର୍ଟ କଲୋନୀ କଦୋଲା ଗଂଜାମ । ଗିରଫ ତିନିଜଣ ଙ୍କ ନିକଟରୁ ସାତୋଟି ମୋବାଇଲ ଫୋନ ଓ ବିଭିନ୍ନ ବ୍ୟାଙ୍କ ର ଏଟିଏମ କାର୍ଡ଼ ତିନୋଟି ଦାମୀ ମୋଟରସାଇକେଲ ଜବତ କରିଛି ପୋଲିସ ।

ଚିତ୍ରକୋଣ୍ଡା ଥାନା କେଶ ନଂ ୧୩୯/୨୦୨୧ ଅନୁଯାୟୀ  କେଶ ରୁଜୁ କରାଯାଇ ଗିରଫ ତିନି ଜଣ ଅଭିଯୁକ୍ତଙ୍କୁ ମାଲକାନଗିରି କୋର୍ଟ ରେ ହାଜର କରାଯାଇଛି । ଚିତ୍ରକୋଣ୍ଡା ଏସ ଡି ପି ଓ ଅଂଶୁମାନ ଦ୍ବିବେଦୀ ଏ ନେଇ ସୂଚନା ଦେଇଛନ୍ତ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା