Masthead

ଟିକାକରଣରେ ଭାରତର ସଫଳତା ହେଉଛି କେନ୍ଦ୍ରର ଆଉ ଗୋଟିଏ ମିଛ: ସଞ୍ଜୟ ରାଉତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କିଛି ଦିନ ପୂର୍ବରୁ ଭାରତ ୧୦୦ କୋଟି ଟିକାକରଣ କ୍ଲବରେ ପହଞ୍ଚିଛି । ଏନେଇ ଦେଶ ଠାରୁ ଆରମ୍ଭ କରି ବିଦେଶ ରାଷ୍ଟ୍ର ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ଜୋର ଧରିଥିଲା । ଏପରକି ଅନେକ ଦେଶ ଭାରତକୁ ଏହି ଉପଲବ୍ଧୀ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଉଥିବାର ଦେଖିବାକୁ ମିଳିଥିଲା । ହେଲେ ଏହା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ବୟାନ ଦେଇଛନ୍ତି । ତେବେ କେନ୍ଦ୍ରସରକାରଙ୍କ ୧୦୦ କୋଟି ଟିକାକରଣ ଦାବି ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଅଟେ । ଏହାର ପ୍ରମାଣ ମଧ୍ୟ ଅଛି ବୋଲି ସଞ୍ଜୟ ରାଉତ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଏପର୍ଯ୍ୟନ୍ତ ଯୋଗ୍ୟ ନାଗରିକମାନଙ୍କୁ ୨୩ କୋଟିରୁ ଅଧିକ ଡୋଜ ଦିଆଯାଇ ନାହିଁ ।

ସେପଟେ ଭାରତ ୨୧ ଅଗଷ୍ଟରେ ୧୦୦ କୋଟି ଟିକାକରଣ କରିବାରେ ସଫଳ ହୋଇଥିଲା । ଅନ୍ୟପଟେ କେନ୍ଦ୍ରସରକାର କେତେ ମିଛି କୁହନ୍ତି ତାହା ସାରା ଦେଶ ଜାଣିଛି । କାହିଁକିନା ଗତ ଦୁଇ ଦିନ ମଧ୍ୟରେ ୨୦ ଜଣ ହିନ୍ଦୁ ଏବଂ ଶିଖଙ୍କୁ ହତ୍ୟା କରାଯାଇଥିଲା । ୧୭ରୁ ୧୮ ଜଣ ସୈନିକ ଶହିଦ ହୋଇଥିଲେ । ସେପଟେ ଚୀନ ଅରୁଣାଞ୍ଚଳ ପ୍ରଦେଶ ଏବଂ ଲଦାଖେ ସମସ୍ୟା ସୃଷ୍ଟି କରୁଛି । କିନ୍ତୁ ସାରା ଦେଶକୁ ଭ୍ରମିତ କରିବା ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟିକାକରଣ କରିବାର ମିଥ୍ୟା ଦିବସ ପାଳନ କରିଥିଲେ ବୋଲି ସଞ୍ଜୟ ରାଉତ ନାଶିକରେ ଏକ ପାର୍ଟି ସଭାକୁ ସମ୍ବୋଧିତ କରି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ