Masthead

ଦୟନୀୟ ଅବସ୍ଥାରେ ୭୨ ବର୍ଷର ପୁରୁଣା ସଂସ୍କୃତ ହାଇସ୍କୁଲ

(ବଡ଼ ଖବର ବ୍ୟୁରୋ)  ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ଯୋଜନା ଏବେ ବାଟ ହୁଡି ଯାଇଛି।ସରକାର ଏଠି ଲକ୍ଷ୍ୟଲକ୍ଷ୍ୟ ଟଙ୍କା ଖର୍ଚ୍ଚକଲା ପରେ ବି ଏହା ବିଫଳ ହୋଇଥିବା ଦେଖିବାକୁ ମିଳିଛି। କେଉଁଠି ଘର ଅଛି ତ ପିଲା ନାହାନ୍ତି ଆଉ କେଉଁଠି ପିଲା ଅଛନ୍ତି ଘରନାହି।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ଥିବା ୧୯୪୯ ମସିହା ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ବିଦ୍ୟାଳୟରେ।

ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ତ ଯୋଜନା ପ୍ରଣୟନ କରୁଥିବା ବେଳେ ୧୯୪୯ ମସିହାରେ ପ୍ରତିଷ୍ଠିତ ଚାରୋଟି ପଞ୍ଚାୟତକୁ ନେଇ ଏକମାତ୍ର ସଂସ୍କୃତ ଶିକ୍ଷା ଅନୁଷ୍ଠାନ ଆଜି ଅବହେଳିତ ଅବସ୍ଥାରେ। ଜଣେ ମାତ୍ର ପ୍ରଧାନ ଆଚାର୍ୟ୍ୟ ଏବଂ ୬ଜଣ ପିଲା ମାନଙ୍କୁ ନେଇ ଏହି ସ୍କୁଲ ଚାଲୁଥିବା ଦେଖିବାକୁ ମିଳୁଛି। ଏହି ସ୍କୁଲ ଏବଂ ତାର ପାରିପାର୍ଶ୍ବିକ ସ୍ଥିତି ଭଲ ଥିବାବେଳେ, ସରକାର ଏହି ସ୍କୁଲରେ ଶିକ୍ଷକ ପଦବୀ ପୁରଣ କରୁ ନାହାନ୍ତି।

ଯାହା ଫଳରେ ଦଶମ ଶ୍ରେଣୀ ୬ଜଣ ଛାତ୍ରଛାତ୍ରୀ ଏବଂ ଜଣେ ମାତ୍ର ଶିକ୍ଷୟତ୍ରୀଙ୍କୁ ନେଇ ଶିକ୍ଷାଦାନ ଚାଲୁଥିବା ଦେଖିବାକୁ ମିଳୁଛି।ଛାତ୍ରଛାତ୍ରୀ ମାନଙ୍କର ଗତ ଏପ୍ରିଲରେ ପରୀକ୍ଷା ଥିବାରେ ତାର ଆଗରୁ ଉକ୍ତ ଶିକ୍ଷୟତ୍ରୀ ଜଣଙ୍କ ଚାକିରିରୁ ଅବସର ନେବା ଜଣା ପଡ଼ିଛି।ହେଲେ ପିଲା ମାନେ କରିବେ କଣ ଯିବେ କୁଆଡେ।ଏଥିରୁ ଜଣା ପଡୁଛି ରାଜ୍ୟ ସରକାର ଏହି ସ୍କୁଲରେ ଥିବା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି। ଅଞ୍ଚଳ ବାସୀ ମାନଙ୍କର ଦାବି ସରକାର ଏହି ସ୍କୁଲରେ ଶିକ୍ଷକ ପଦବୀ ପୁରଣ କଲେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ ହୋଇ ପାରନ୍ତା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି