Masthead

ପ୍ରଚଣ୍ଡ ବିସ୍ଫୋରଣ ପରେ ହୁ ହୁ ହୋଇ ଜଳୁଛି ପେଟ୍ରୋଲ ପମ୍ପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ କିଛି ସମୟ ପୂର୍ବରୁ ନିଆଁ ଲାଗିଛି । ପେଟ୍ରୋଲ ପମ୍ପରେ ହଠାତ୍ ପ୍ରଚଣ୍ଡ ଶବ୍ଦହୋଇ ନିଆଁ ଲାଗିଯାଇଥିଲା । ପମ୍ପ ପରିସରେ ଥିବା ସିଏନଜି ଟାଙ୍କିରେ ବିସ୍ଫୋରଣ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣ ସମୟରେ ପେଟ୍ରୋଲ ପମ୍ପରେ ଉପସ୍ଥିତ ଥିବା ଗ୍ରାହକମାନେ ଗାଡି ଛାଡି ଏଣେତେଣେ ଦୌଡିବାକୁ ଲାଗିଥିଲେ । କେତେକ ଗାଡି ପେଟ୍ରୋଲ ପମ୍ପ ପରିସରରେ ଏବେ ବି ପଡିରହିଥିବା ଦେଖିବାକୁ ମିଳୁଛି । ନିଆଁର ପ୍ରକୋପ ଅତି ପ୍ରଚଣ୍ଡ ହୋଇଛି । ଅଗ୍ନିକାଣ୍ଡ ପରେ ପେଟ୍ରୋଲ ପମ୍ପ ହୁହୁ ହୋଇ ଜଳୁଛି । ନିଆଁ ଲିଭା କାର୍ଯ୍ୟରେ ୫ଟି ଦମକଳ ନିୟୋଜିତ ହୋଇଛି ।  ଏଥିରେ ପେଟ୍ରୋଲ ପମ୍ପର ୨ କର୍ମଚାରୀଙ୍କ ସମେତ କେତେଜଣ ଗ୍ରାହକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ପେଟ୍ରେଲ ପମ୍ପ କର୍ମଚାରୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।  ତାଙ୍କ ନାଁ ସତ୍ୟ ନାଥ ବୋଲି ସୂଚନା ରହିଛି। ପୋଲିସ ସ୍ଥାନୀୟ ଅଞ୍ଚଳକୁ ଚାରିପଟୁ ଘେରି ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା