ହିନ୍ଦୁ ବିରୋଧୀ ହିଂସା ପାଇଁ ୪୫୦ ଗିରଫ

ଢାକା(ବଡ଼ ଖବର):ହିନ୍ଦୁ ବିରୋଧୀ ହିଂସା ପାଇଁ ୪୫୦ ଗିରଫ। ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ବଢିବାରେ ଲାଗିଛି। ଅକ୍ଟୋବର ୧୩ ଓ ୧୪ରେ ୧୨ଟି ପୂଜା ମଣ୍ଡପ ସମେତ ହିନ୍ଦୁମାନଙ୍କର ଶତାଧିକ ଘର ଭାଙ୍ଗି ଦିଆଯାଇଥିଲା। ତେବେ ଏହାର ପ୍ରତିବାଦରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଏନେଇ ଭାରତ ଓ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିବା ପରେ ତତ୍ପରତା ଦେଖାଇଛନ୍ତି ବାଂଲାଦେଶ ସରକାର। ଆକ୍ରମଣକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।

ହିନ୍ଦୁ ବିରୋଧୀ ହିଂସା ନେଇ ୭୧ଟି ମାମଲା ରୁଜୁ ହୋଇଛି। ଏଥିରେ ପ୍ରାୟ ୩ ହଜାର ଲୋକଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଆଜି ସୁଦ୍ଧା ୪୫୦ ଜଣଙ୍କୁ ଗିରଫ କରାଯାଇଛି । ଦଙ୍ଗାକାରୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସଂଖ୍ୟାଲଘୁଙ୍କୁ ବାଂଲାଦେଶ ସରକାର ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ କହିଛନ୍ତି ବାଂଲାଦେଶ ପୁଲିସ ମୁଖ୍ୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ