Masthead

କଂଗ୍ରେସର ବଡ଼ ଘୋଷଣା, ୧୦ ଲକ୍ଷ ଯାଏଁ ମାଗଣା ଚିକିତ୍ସା ସୁବିଧା

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଘୋଷଣା । ୧୦ ଲକ୍ଷ ଯାଏଁ ମାଗଣା ଚିକିତ୍ସା । ପୂର୍ବରୁ ବିଭିନ୍ନ ଘୋଷଣା କରିଥିଲା କଂଗ୍ରେସ । ଏବେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ବଡ଼ ଘୋଷଣା କରି ଚାଲିଛି କଂଗ୍ରେସ। ଯଦି କଂଗ୍ରେସ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବ, ତା’ହେଲେ ଦଳ ପକ୍ଷରୁ ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ। ଏ ସମ୍ପର୍କରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜେ ଘୋଷଣା କରିଛନ୍ତି।

ଗୋଟିଏ ଟ୍ୱିଟରେ ସେ କହିଛନ୍ତି, “ମହାମାରୀ କରୋନା ଓ ବର୍ତ୍ତମାନ ପ୍ରଦେଶରେ ବ୍ୟାପିଥିବା ଜ୍ୱର ସମୟରେ ସରକାରୀ ଅବହେଳା ଯୋଗୁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସମସ୍ତେ ଦେଖିଛନ୍ତି। କଂଗ୍ରେସ ସରକାର ଗଠନ କରିବା ମାତ୍ରେ ସବୁ ରୋଗର ଚିକିତ୍ସା ମାଗଣାରେ କରାଯିବ। କଂଗ୍ରେସ ସରକାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦେବେ।”

ସେପଟେ କଂଗ୍ରେସ ଶାସନକୁ ଆସିଲେ ଋଣ ଛାଡ଼ ହେବା ସହ ୨୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧି । କେବଳ ଏତିକି ନୁହେଁ ଲୋକଙ୍କୁ ବିଜୁଳି ବିଲ୍ ମଧ୍ୟ ଛାଡ଼ କରିବ ଦଳ । ସେହିଭଳି କୋଭିଡ୍ ପୀଡ଼ିତ ମାନଙ୍କୁ ୨୫ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି । ଯଦି ଦଳ କ୍ଷମତାକୁ ଆସେ ତେବେ ଏସବୁ ପ୍ରତିଶ୍ରୁତି ପୂରଣ କରିବା ସହିତ ଆଉ ୩ଟି ସ୍କିମ୍ ମଧ୍ୟ ଘୋଷଣା କରିଥିଲେ ।

ଆସନ୍ତା ବିଧାନ ସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ସଂରକ୍ଷଣ ସହିତ, ଦ୍ୱାଦଶ ଓ ସ୍ନାତକ ପାସ୍ କରିଥିବା ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ଏବଂ ବିଦ୍ୟୁତ୍ ଚାଳିତ ସ୍କୁଟି ଯୋଗାଇ ଦିଆଯିବ ସହ ଆଗାମୀ ଦିନରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଇସ୍ତାହାର ଯୋଗାଇ ଦିଆଯିବ ବୋଲି ପ୍ରିୟଙ୍କା ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ