Masthead

ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆଜି ରାଜଭବନ ସ୍ଥିତ ପେଟ୍ରୋଲ ପମ୍ପର ସିଏନଜି ଷ୍ଟେସନରେ ଘଟିଛି ଏକ ଭୟାଭୟ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଆହତ ଲୋକମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଆହତମାନଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ଏଜି ଛକରୁ ରାଜଭବନ ଛକ, ରାଜଭବନରୁ ଗୋପବନ୍ଧୁ ଛକ ଏବଂ ପାୱାରହାଉସ ଛକରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ କରିଛି ପୋଲିସ । ଏହାସହିତ ଆଖପାଖ ଅଞ୍ଚଳରେ ଲୋକମାନେ ସନ୍ଧ୍ୟା ସୁଦ୍ଧା ଘରୁ ନ  ବାହାରିବାକୁ ସତର୍କ ସୂଚନା ଦିଆଯାଇଛି । ଘଟିଥିବା ଭୟାଭୟ ଅଗ୍ନିକାଣ୍ଡରେ ପେଟ୍ରୋଲ ପମ୍ପ ସମେତ ଆଖପାଖ ଅଞ୍ଚଳର ଘର ମଧ୍ୟ ଛିନଛତ୍ର ହୋଇଯାଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ୯ଜଣ ଆହତ ଭର୍ତ୍ତୀ ହୋଇଥିବା ସୂଚନା ଦେଇଛନ୍ତି କ୍ୟପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଏହାସହିତ ଦୁଇଜଣ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଫୋରେନସିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ମିଳିଥିବା ସୁଚନା ଅନୁଯାୟୀ, ଘଟଣା ସ୍ଥଳରେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି ବୋଲି କମିଶନର ସୂଚନା ଦେଇଛନ୍ତି । ଏଯାବତ କୌଣସି ଲୋକ ମୃତାହାତ ହୋଇନଥିବା ସୂଚନା ଦେଇଛନ୍ତି ଡିସିପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି