Masthead

ବାହାନଗା ଟ୍ରେନ ଦୁର୍ଘଟଣାକୁ ବର୍ଷେ

ସୋରୋ (ବଡ଼ ଖବର ବ୍ୟୁରୋ): ଜୁନ୍ ୨ ୨୦୨୩ । ସମୟ ସନ୍ଧ୍ୟା ୭ । ବାହାନଗା ରେଳ ଷ୍ଟେସନ । ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ। ଯାନ୍ତ୍ରିକ ତ୍ରୁଟି ପାଇଁ ବାହାନଗା ରେଳ ଷ୍ଟେସନରେ ଲୁପ୍ ଲାଇନରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ କରମଣ୍ଡଳର କିଛି ଡବା ରେଳ ଲାଇନରୁ ବାହାରକୁ ଛିଟକି ପଡ଼ିଥିଲା । ଫଳରେ ଦୁର୍ଭାଗ୍ୟବଶତଃ ସେହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ବିପରୀତ ରେଳ ଧାରଣାରେ ଯାଉଥିବା ବେଙ୍ଗାଲୁରୁ-ହାଓଡ଼ା ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାକି ଭାରତ ସମେତ ପୃଥିବୀର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା ବୋଲି ଅଭିହିତ କରାଯାଇଛି ।

ସେଦିନର ସେହି କାଳ ରାତ୍ରୀ କଥା ମନେ ପଡିଗଲେ ଆଜି ବି ଛାତି ଥରି ଉଠେ। ଅନେକ ପ୍ରତ୍ୟକ୍ଷଦର୍ଶୀଙ୍କ କାନରେ ଆଜିବି ସେଦିନର ସେହି ଆର୍ତ୍ତ ଚିତ୍କାର ର ଶବ୍ଦ ଗୁଞ୍ଜରିତ ହେଉଛି। ସେହି ଶୁକ୍ରବାର ଥିଲା ଅନେକ ଙ୍କ ପାଇଁ ଅଶୁଭ ଶୁକ୍ରବାର। ଏହି ଦୁର୍ଘଟଣା ରେ ୨୯୬ ଜଣ ଙ୍କ ପ୍ରାଣ ହାନି ହୋଇଥିଲା ବେଳେ ୧୨ଶହରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିଲେ। ସଙ୍ଗେ ଟ୍ରେନ ଦୁର୍ଘଟଣା ର ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କର ସୁଅ ଛୁଟିଥିଲା। ସ୍ଥାନୀୟ ଲୋକ ଓ କିଛି ସ୍ବେଛାସେବୀ ସଂଗଠନ ସହାୟତା ରେ ଅନେକ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା କୁ ପଠାଇଥିଲେ।

ଅନେକ ଲୋକ ଟ୍ରେନର ବଗି ତଳେ ଚାପି ହୋଇ ରହିଥିଲେ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତୁରନ୍ତ ସହାୟତା ର ହାତ ବଢ଼ାଇଥିଲେ। ଫଳରେ ବହୁ ଗୁରୁତର ଆହତ ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତୀ ଯାଇଥିଲା। ଦୁର୍ଘଟଣା ପରଦିନର ଦୃଶ୍ୟ ଅନେକଙ୍କୁ ସ୍ତବ୍ଧ କରିଦେଇଥିଲା କେଉଁଠି କୁଢ଼ କୁଢ଼ ଶବ ଭିତରେ ବାପା ପୁଅର ଶବ ଖୋଜୁଥିଲା ତ କିଏ ଏ ଡାକ୍ତରଖାନା ସେ ଡାକ୍ତରଖାନା ବୁଲି ନିଜର ସମ୍ପର୍କୀୟକୁ ଖୋଜୁଥିଲା। ରେଳ ବିଭାଗ ଓ ସିବିଆଇ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି ସତ ହେଲେ ନିଜ କର୍ତ୍ତବ୍ୟର ଅବହେଳା ପାଇଁ ଶତାବ୍ଦୀର ଏକ ବଡ଼ ଦୁର୍ଘଟଣା ଘଟିଗଲା ଅନେକଙ୍କ ଜୀବନ ଦ୍ବୀପ ଲିଭିଗଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ