ଧରାପଡ଼ିଲା ଗ୍ୟାଙ୍ଗଷ୍ଟର୍ ସକିଲର ଗର୍ଲଫ୍ରେଣ୍ଡ୍

 କଟକ(ବଡ଼ ଖବର ବ୍ୟୁରୋ) କଟକରେ ଧରା ପଡିଲା ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ୍ । ତେବେ ବିଲ୍ଡରଙ୍କୁ ଦାଦାବଟି ମାଗିବା ଆଉ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ କମିଶନରେଟ ପୋଲିସ ଆଜି ଲେଡି ଡନ ମାନସୀ ନାୟକଙ୍କୁ ଗିରଫ କରିଛି । ମାନସୀଙ୍କ ସହ ତାର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ଆନୁଯାୟୀ ମାନସୀଙ୍କ ଘର ଜଗତସିଂହପୁର ଜିଲ୍ଲାରେ ।

କିଛି ଦିନ ତଳେ ମାନସୀ ଜଣେ ବିଲ୍ଡରଙ୍କୁ ଦାଦାବଟି ମାଗିଥିଲେ । ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ । ଏ ନେଇ ବିଲ୍ଡର ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ମାନସୀକୁ ଗିରଫ କରିଛି । ମାନସୀ ହେଉଛି ଗ୍ୟାଙ୍ଗଷ୍ଟର୍ ସକିଲର ଗର୍ଲଫ୍ରେଣ୍ଡ୍ । ମାନସୀ ସକିଲର ସହଯୋଗୀ ହିସାବରେ କାମ କରୁଥିଲା । ମାନସୀ ନାଁରେ ଏକାଧିକ ଅପରାଧିକ ରେକର୍ଡ ରହିଛି । ୨୦୧୪ରେ ଏକ ହତ୍ୟାକାଣ୍ଡ ମାମଲାରେ ମାନସୀକୁ ଜଗତସିଂହପୁରରୁ ଗିରଫ କରାଯାଇଥିଲା । ଗିରଫ ପରେ କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା । ତେବେ ସେ ପୁଣିଥରେ ଦାଦାବଟି ମାଗିବା ଆରମ୍ଭ କରି ଦେଇଥିଲା । ଏହି ମାମଲା ପୋଲିସ ପାଖରେ ପହଞ୍ଚିଥିଲା । ତେବେ ପୋଲିସ ମାନସୀକୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ