Masthead

ଭାରତରେ ଫୁଟିଲା ବାଣ, ସେହ୍ୱାଗ କହିଲେ…

(ବଡ଼ ଖବର ବ୍ୟୁରୋ):  ଦୀର୍ଘ ୨୯ ବର୍ଷର ବିଜୟଧାରାରେ ବ୍ରେକ ଲାଗିଛି । ଚଳିତ ଟି-୨୦ ବିଶ୍ୱକପରେ ଭାରତକୁ ପରାସ୍ତ କରିଛି ପାକିସ୍ତାନ । ରବିବାର ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି । ତେବେ ପାକିସ୍ତାନର ବିଜୟ ପରେ ଭାରତରେ କିଛି ଲୋକେ ସେଲିବ୍ରେସନ ଆରମ୍ଭ କରିଦେଇଥିଲେ । ଏମିତିକି ସେମାନେ ପାକିସ୍ତାନର ବିଜୟ ଖୁସିରେ ବାଣ ଫୁଟାଇଥିଲେ ।

ଏପରି ବ୍ୟବହାରକୁ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଖୁବ ରାଗିଯାଇଛନ୍ତି । ସେ କହିଛନ୍ତି, ଯେ ଭାରତରେ ବାଣ ଫୁଟାଇବା ଉପରେ ବ୍ୟାନ ଲାଗିଛି ।ତେବେ ଏ ସବୁ କେଉଁଠୁ ଆସିଲା । ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗତକାଲିର ମ୍ୟାଚ ପରେ କିଛି ଲୋକେ ପାକିସ୍ତାନ ବିଜୟର ସେଲିବ୍ରେସନ ପାଇଁ ବାଣ ଫୁଟାଇଥିଲେ । ତା ହେଲେ ଦୀପାବଳିରେ ବାଣ ଫୁଟାଇବାରେ ସମସ୍ୟା କଣ ଅଛି । ସେହ୍ୱାଗଙ୍କ ଏଭଳି ଟ୍ୱିଟ୍ ପରେ ବାଣ ବ୍ୟାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରବିବାର ପାକିସ୍ତାନର ବିଜୟରେ ଭାରତର କିଛି ସ୍ଥାନରେ ଉତ୍ସବ ମନା ଯାଉଥିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପାକିସ୍ତାନର କିଛି ସମର୍ଥକ ଏପରି କରିଛନ୍ତି । ଗତକାଲିର ମ୍ୟାଚ ପରେ କଶ୍ମୀର ଘାଟିର କିଛି ଜିଲ୍ଲାରେ ପାକିସ୍ତାନ ବିଜୟର ଉତ୍ସବ ମନାଯିବାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା । ଏହି ଭାଇରାଲ ହୋଇଥିବା ଭିଡିଓଟି ଗୋଟେ ମେଡିକାଲ କଲେଜର ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା