Masthead

ଭାରତରେ ଫୁଟିଲା ବାଣ, ସେହ୍ୱାଗ କହିଲେ…

(ବଡ଼ ଖବର ବ୍ୟୁରୋ):  ଦୀର୍ଘ ୨୯ ବର୍ଷର ବିଜୟଧାରାରେ ବ୍ରେକ ଲାଗିଛି । ଚଳିତ ଟି-୨୦ ବିଶ୍ୱକପରେ ଭାରତକୁ ପରାସ୍ତ କରିଛି ପାକିସ୍ତାନ । ରବିବାର ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି । ତେବେ ପାକିସ୍ତାନର ବିଜୟ ପରେ ଭାରତରେ କିଛି ଲୋକେ ସେଲିବ୍ରେସନ ଆରମ୍ଭ କରିଦେଇଥିଲେ । ଏମିତିକି ସେମାନେ ପାକିସ୍ତାନର ବିଜୟ ଖୁସିରେ ବାଣ ଫୁଟାଇଥିଲେ ।

ଏପରି ବ୍ୟବହାରକୁ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଖୁବ ରାଗିଯାଇଛନ୍ତି । ସେ କହିଛନ୍ତି, ଯେ ଭାରତରେ ବାଣ ଫୁଟାଇବା ଉପରେ ବ୍ୟାନ ଲାଗିଛି ।ତେବେ ଏ ସବୁ କେଉଁଠୁ ଆସିଲା । ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗତକାଲିର ମ୍ୟାଚ ପରେ କିଛି ଲୋକେ ପାକିସ୍ତାନ ବିଜୟର ସେଲିବ୍ରେସନ ପାଇଁ ବାଣ ଫୁଟାଇଥିଲେ । ତା ହେଲେ ଦୀପାବଳିରେ ବାଣ ଫୁଟାଇବାରେ ସମସ୍ୟା କଣ ଅଛି । ସେହ୍ୱାଗଙ୍କ ଏଭଳି ଟ୍ୱିଟ୍ ପରେ ବାଣ ବ୍ୟାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରବିବାର ପାକିସ୍ତାନର ବିଜୟରେ ଭାରତର କିଛି ସ୍ଥାନରେ ଉତ୍ସବ ମନା ଯାଉଥିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପାକିସ୍ତାନର କିଛି ସମର୍ଥକ ଏପରି କରିଛନ୍ତି । ଗତକାଲିର ମ୍ୟାଚ ପରେ କଶ୍ମୀର ଘାଟିର କିଛି ଜିଲ୍ଲାରେ ପାକିସ୍ତାନ ବିଜୟର ଉତ୍ସବ ମନାଯିବାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା । ଏହି ଭାଇରାଲ ହୋଇଥିବା ଭିଡିଓଟି ଗୋଟେ ମେଡିକାଲ କଲେଜର ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ