Masthead

ମନୋଜ ଭାଇ ଦୟାକରି ସବୁ ବିବାଦରେ ଅଙ୍କୁଶ ଲଗେଇ ଦିଅନ୍ତୁ: ଅରିନ୍ଦମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଲିଉଡ କଳିରେ ଶାନ୍ତିର ଅପିଲ କରାଯାଉଥିବା ବେଳେ ଅଭିନେତା ଅରିନ୍ଦମ ରଏ ପୁଣି ଏକ ପୋଷ୍ଟ କରିଛନ୍ତି । ସେ ମନୋଜ ମିଶ୍ରଙ୍କ ଉଦେ୍ଦଶ୍ୟରେ ଲେଖିଛନ୍ତି, “ପ୍ରିୟ ମନୋଜ୍ ଭାଇ, ଅତି ଦୁଃଖର ସହିତ କହୁଚି ଯେ ମୁଁ ଯେତେ ଚେଷ୍ଟା କରିଲେ ମଧ୍ୟ କୌଣସି ସମାଧାନ ପାଇଁ ଆପଣ ରାଜି ହୋଇ ନାହାନ୍ତି। ବାରମ୍ବାର ଚେଷ୍ଟା କରି ବିଫଳ ହୋଇଛି। ଆପଣଙ୍କୁ ଯିଏ ଭଲ କଥା ଲେଖୁ ଛନ୍ତି ବା କିଛି ଜାବାବ ମାଗୁଛନ୍ତି ଆପଣ ତାର କୌଣସି ପ୍ରତିଉତ୍ତର ରଖୁ ନାହାନ୍ତି। କାଲି ରାତିରେ ମଧ୍ୟ ବହୁତ ମେସେଜ୍ କରିଛି ଫୋନ କରିଛି ହେଲେ ଆପଣ କେବଳ ଆପଣଙ୍କର ସୁବିଧା ଅନୁଯାୟ ଉତ୍ତର ଦେଇଛନ୍ତି। କିନ୍ତୁ ଜଦୀ କିଏ ବିବାଦୀୟ ମନ୍ତବ୍ୟ ରଖୁଛି ଆପଣ ସଙ୍ଗେ ସଙ୍ଗେ ତାକୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଛନ୍ତି। ମୁଁ ଆପଣଙ୍କୁ ଏତେ କଥା ପଚାରିଛି, ସମାଧାନ ପାଇଁ ଡାକୁଚି ଆପଣ କୌଣସି ପ୍ରତିକ୍ରିୟା ରଖୁ ନାହାନ୍ତି। କାଲି ମାନା ଭାଉଜ ପରିଷ୍କାର କହିଲେ ଯେ ଆପଣ ବୟକଟ କରେଇ ଛନ୍ତି। ଆପଣଙ୍କ କାକା ସେଥିରେ ସାମିଲ। ଆପଣ ଏଇ ସବୁ କଥାର ଉତ୍ତର ଦେଉନାହାନ୍ତି। ହେଲେ ଏଇ ଭଲିଆ ଭିଡିଓ ପୋଷ୍ଟ କରି ବିବାଦ କୁ ବଢେଇବା ସଙ୍ଗେ ସଙ୍ଗେ ଲୋକଙ୍କ ସିମପାଥି ନେବାକୁ ଚେଷ୍ଟା କରୁଛନ୍ତି।

ଜ୍ୟୋତି ଭାଇ ଆପଣଙ୍କର ମଧ୍ୟ ପ୍ରିୟ ନିର୍ଦ୍ଦେଶକ। ଆପଣ ମଧ୍ୟ ତାଙ୍କ ସାଙ୍ଗରେ ସିନେମା କରିଛନ୍ତି। ଜ୍ୟୋତି ଭାଇ ଯୋଉ ଭଲି ଭାବେ କହିଛନ୍ତି ସେଟା କେବେ ବି ଗ୍ରହଣୀୟ ନୁହେ। ସେଥି ପାଇଁ ମୁଁ ଦୁଃଖିତ ଏବଂ ଜ୍ୟୋତି ଭାଇଙ୍କୁ କହୁଚି ଯେ ଏଇ ଭଲି ବିବାଦୀୟ ମନ୍ତବ୍ୟ ଆଗାମୀ ଦିନରେ ମିଡିଆ ରେ ନ ରଖି ବାକୁ। ମୁଁ ୟାକୁ ଘୋର ନିନ୍ଦା କରୁଛି। ପ୍ରିୟ ମନୋଜ ଭାଇ ଆପଣ ବନ୍ଧ୍ କୁ ସମର୍ଥନ କରୁ ନାହାଁନ୍ତି ବୋଲି ଗୋଟେ ଭିଡିଓ ସୋସିଆଲ ମିଡିଆ ରେ ପୋଷ୍ଟ କରନ୍ତୁ ବା ପ୍ରେସ କନଫରେନ୍ସ ମାଧ୍ୟମ ରେ କୁହନ୍ତୁ । ଶେଷ ଅନୁରୋଧ ମନୋଜ ଭାଇ ଦୟାକରି ସବୁ ବିବାଦ ରେ ଅଙ୍କୁଶ ଲଗେଇ ଦିଅନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ