Masthead

‘ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦାଙ୍କୁ ଅନୁମତି ଦାବି’

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏହି ମର୍ମରେ ଏକ ସ୍ମାରକପତ୍ର ପୋଲିସ ଡିଜିଙ୍କୁ ପୁରୀ ଏସ୍ପିଙ୍କ ଜରିଆରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା କହିଛି ଯେ ପୁରୀ ବାସିନ୍ଦାଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରି ନିତିଦିନିଆ କାର୍ଯ୍ୟ କରନ୍ତି ପୁରୀ ସହରବାସୀ । ହେଲେ ପ୍ରଶାସନ ପକ୍ଷରୁ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ଅନୁମତି ନୀୟମ ପରେ ପୁରୀ ବାସିନ୍ଦା ପ୍ରତଦିନ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହେଉଛନ୍ତି। ପୁରୀ ବାହାରୁ ଆସୁଥିବା ଯାତ୍ରୀଙ୍କ ସହ ଲାଇନରେ ଠିଆ ହୋଇ ଦୀର୍ଘ ସମୟ ଅପେକ୍ଷା ପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି।

ସେହିପରି ମହା ପ୍ରସାଦ ଟିକେ ଆଣିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ବୃଦ୍ଧାବୃଦ୍ଧାମାନେ ଲାଇନରେ ଠିଆ ହୋଇପାରୁ ନାହାଁନ୍ତି। ଫଳରେ ବୟସ୍କ ଲୋକମାନେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହେଉଛନ୍ତି। ଶ୍ରୀମନ୍ଦିର ହେଉଛି ପୁରୀ ବାସିନ୍ଦାଙ୍କ ଗାଁ ରେ ଥିବା ମନ୍ଦିର ଭଳି। ନିଜ ଗାଁ ମନ୍ଦିରକୁ କଣ ଯିବା ପାଇଁ ପୁରୀ ବାସିନ୍ଦାଙ୍କୁ ଅନ୍ୟ ଯାତ୍ରୀଙ୍କ ସହ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିବ ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି। ପୂର୍ବରୁ ଶ୍ରୀମନ୍ଦିର ସମସ୍ତ ଦ୍ୱାରରେ ପୁରୀ ବାସିନ୍ଦା ଆଧାର କାର୍ଡ଼ କିମ୍ବା ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଯାହାକି ପ୍ରଶାସନ ବନ୍ଦ କରିଦେଇଛି।

ଏହି ନୀୟମ ଲାଗୁ ନେଇ ଗତ ୨୦୧୮ ଅକ୍ଟୋବର ୩ ରେ ପୁରୀ ରେ ହିଂସାକାଣ୍ଡ ଘଟିଥିଲା। ପରେ ସରକାର ପୁରୀ ବାସିନ୍ଦାଙ୍କ ପାଇଁ ନିୟମ ବଦଳାଇ ସମସ୍ତ ଦ୍ୱାରରେ ପ୍ରବେଶ ଅନୁମତି ଦେଲେ। ହେଲେ ପୁଣି ସରକାର କଟକଣା ଲାଗୁ କରିବା ପରେ ପୁରୀ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯଦି ସରକାର ପୁରୀବାସୀଙ୍କୁ ଶ୍ରୀମନ୍ଦିରର ସମସ୍ତ ଦ୍ୱାରରେ ପ୍ରବେଶ ଅନୁମତି ନ ଦିଅନ୍ତି ଶ୍ରୀଜଗନ୍ନାଥ ସେନା ବାଧ୍ୟ ହୋଇ ନଭେମ୍ବର ମାସରେ ପୁରୀ ବନ୍ଦ ଡାକରା ଦେବ। ସେତେବେଳେ ଯେଉଁ ସ୍ଥିତି ଉପୁଜିବ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା