Masthead

ଦ୍ରାଭିଡ ହୋଇପାରନ୍ତି ନୂଆ ହେଡ୍ କୋଚ୍

(ବଡ଼ ଖବର ବ୍ୟୁରୋ)  :  ଭାରତର ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାଭିଡ ଟିମ ଇଣ୍ଡିଆର ନୂଆ ହେଡ୍ କୋଚ ହୋଇପାରନ୍ତି । ଏହି ପଦବି ପାଇଁ ସେ ଆବେଦନ କରିଛନ୍ତି । ତେବେ ମୁଖ୍ୟ କୋଚ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୨୬ ଥିଲା । ଆବେଦନର ଶେଷ ତାରିଖ ଦିନ ହିଁ ଦ୍ରାଭିଡ ଆବେଦନ କରିଛନ୍ତି ।

ସୂଚନା ଅନୁଯାୟୀ ଦ୍ରାଭିଡ ଏବେ ବେଙ୍ଗାଲୁରରେ ଥିବା ଜାତୀୟ କ୍ରିକେଟ ଏକାଡେମୀରେ କ୍ରିକେଟ ଅପରେସନ୍ ହେଡ ଭାବେ କାର୍ଯ୍ୟରତ ଅଛନ୍ତି । ଦୁବାଇର ଆଇପିଏଲ- ୨୦୨୧ ଫାଇନାଲ ବେଳେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା ଓ ରାହୁଲ ଦ୍ରାଭିଡଙ୍କ ମଧ୍ୟରେ ବୈଠକ ହୋଇଥିଲା । ଯେଉଁଥିରେ ଦ ୱାଲ ନାମରେ ପରିଚିତ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଭାରତର କୋଚ ହେବା ପାଇଁ ରାଜି ହୋଇଥିଲେ ।

ତେବେ ଦ୍ରାବିଡ ନୁହନ୍ତି ଯିଏ ମୁଖ୍ୟ କୋଚ ହେବା ପାଇଁ ଆଗ୍ରହି ଥିବେ, ସେମାନେ ଏଥିପାଇଁ ଆବେଦନ କରିପାରିବେ ବୋଲି ବିସିସିଆଇ ବିଜ୍ଞପ୍ତି ଜାରି କରିଥିଲା । ତେବେ ମୁଖ୍ୟ କୋଚ ଆବେଦନ ପାଇଁ ଶେଷ ତାରିଖ ଅକ୍ଟୋବର ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ଧାର୍ଯ୍ୟ ରଖାଯାଇଥିଲା । ସେହିପରି ବାକି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୩ ତାରିଖ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ