ହାଇପର୍ସୋନିକ୍ ମିଜାଇଲ୍ ରେସରେ ସାମିଲ ହେଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚାରିଆଡ଼େ ଯୁଦ୍ଧର ଭୟ । ଅଶାନ୍ତ ହୋଇପଡ଼ୁଛି ବିଶ୍ୱ ସମୁଦାୟ ।ତେବେ ଏହାରି ଭିତରେ ଦେଖିବାକୁ ମିଳୁଛି କିଛି ଯୁଦ୍ଧାସ୍ତ୍ରର କଥା । ତେବେ ଶତ୍ରୁ ଦେଶକୁ ମାତ ଦେବା ପାଇଁ ଭାରତ ମଧ୍ୟ ଯୁଦ୍ଧାସ୍ତ୍ର ଆପଣେଇବାରେ ରେସରେ ଲାଗିପଡ଼ିଛି । ଏହି ଯୁଦ୍ଧାସ୍ତ୍ର ମଧ୍ୟରେ ଅନନ୍ୟ ହାଇପର୍ସୋନିକ । ଏବେ ହାଇପର୍ସୋନିକ୍ କ୍ଷେପଣାସ୍ତ୍ରର ଦୌଡ଼। ଏହି ଜ୍ଞାନକୌଶଳ ହାସଲ କ୍ଷେତ୍ରରେ ଅଳ୍ପ କେତୋଟି ଦେଶ ଆଗଧାଡ଼ିରେ ଥିବା ବେଳେ, ଭାରତ ବି ପଛରେ ପଡିନାହିଁ ।

ଶବ୍ଦ ଠାରୁ ୬ରୁ ୭ ଗୁଣ ଅଧିକ ବେଗ ବା ହାଇପର୍ସୋନିକ୍ ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶଙ୍କ ତାଲିକାରେ ଭାରତ ବି ରହିଛି ବୋଲି ଆମେରିକା କଂଗ୍ରେସ ରିସର୍ଚ୍ଚ ସର୍ଭିସ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି। ହାଇପର୍ସୋନିକ୍ ମିଜାଇଲ୍ ରେସରେ ସାମିଲ ହେଲା ଭାରତ । ଶବ୍ଦ ଠାରୁ ୬-୭ ଗୁଣ ଅଧିକ ବେଦରେ ଗତି କରିପାରିବ ଏହି କ୍ଷେପଣାସ୍ତ୍ର । ଆମେରିକା, ଚୀନ୍ ଓ ଋଷିଆ ନିକଟରେ ରହିଛି ଟେକ୍ନୋଲୋଜି । ତେବେ ଭାରତ, ଅଷ୍ଟ୍ରେଲିଆ, ଫ୍ରାନ୍ସ , ଜର୍ମାନୀ ଓ ଜାପାନ ବି ଏହି ରେସ୍‌ରେ ଅଛନ୍ତି । ତେବେ ୨୦୨୫ରୁ ୨୦୨୮ ମଧ୍ୟରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର ଲାଗି ଭାରତ ଦକ୍ଷତା ହାସଲ କରିବ ବୋଲି ରିପୋର୍ଟରେ କୁହାଯାଇଛି।

ସେହିପରି ଭାରତ ଆଉ ଏକ ନିଜସ୍ୱ ହାଇପରସୋନିକ କ୍ଷେପଣାସ୍ତ୍ର ମଧ୍ୟ ପ୍ରସ୍ତୁତ କରୁଛି। ୨୦୧୯ ଜୁନ୍ ଓ ୨୦୨୦ ସେପ୍ଟେମ୍ବରରେ ଭାରତ ସ୍କ୍ରାମ-ଜେଟ୍ ଟେକ୍ନୋଲୋଜିର ସଫଳ ପରୀକ୍ଷଣ କରିଥିଲା । ଏହା ମାକ୍-ସିକ୍ସ୍ ବା ଶଦ୍ଦଠାରୁ ୬ ଗୁଣ ଅଧିକ ବେଗରେ ଗତି କରିବାକୁ ସମର୍ଥ। ତେବେ ଭାରତ ମାକ୍-୧୩ ସ୍ପିଡ୍ ଯାଏଁ ପରୀକ୍ଷଣ ଲାଗି ସଫଳ ବୋଲି ରିପୋର୍ଟରେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ