Masthead

ଆମେ କାହିଁକି ଗୁଳି ମାରିବୁ, ତୁମେ ନିଜ ପାଇଁ ମରିବ: ଲାଲୁ ଯାଦବ

ପାଟନା(ବଡ଼ ଖବର ବ୍ୟୁରୋ): ଆରଜେଡି ମୁଖ୍ୟ ଲାଲୁ ଯାଦବ ବିହାର ପହଞ୍ଚିବା ପରେ ବିହାରରେ ରାଜନୀତି ସରଗରମ ହୋଇ ଉଠିଛି । କେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡିକୁ ଟାର୍ଗେଟ କରୁଥିବାବେଳେ ଆଉ କେତେବେଳେ ଲାଲୁ କରୁଥିବାର ଦେଖିବାକୁ ମିଳିଛି । ହଠାତ ଲାଲୁଙ୍କ ବିହାର ପହଞ୍ଚିବା ବୋଧେ ଏହାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ସେପଟେ ବିହାର ବିଧାନସଭାର ଦୁଇଟି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ଏହା ମଧ୍ୟରେ ଲାଲୁ ଯାଦବ ନିର୍ବାଚନ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ତେବେ ଆରଜେଡି କେବେ ବି ବିଜେପି ସହ ଆପୋଷ ବୁଝାମଣା କରିବ ନାହିଁ ବୋଲି ଲାଲୁ ଯାଦବ କହିଛନ୍ତି ।

ଏହା ସହ ପ୍ରଥମଥର ପାଇଁ ଲାଲୁ ଯାଦବ ତାଙ୍କ ମୁଣ୍ଡରେ ସବୁଜ ଟୋପି ଏବଂ ବେକରେ ସବୁଜ ରଙ୍ଗର ପୋଷାକ ପିନ୍ଧି କେବଳ ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନୁହଁନ୍ତି ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ନୀତିଶ କୁମାରଙ୍କ ବୟାନକୁ ଟାର୍ଗେଟ କରି ଲାଲୁ ଯାଦବ ପାଲଟା ଆକ୍ରମଣ କରିଛନ୍ତି । ଆରଜେଡି ତୁମକୁ କାହିଁକି ଗୁଳି ମାରିବ, ତମେ ନିଜ ପାଇଁ ମରିବ ବୋଲି ଲାଲୁ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଦେଶରେ ରେଳ, ଜାହାଜ ସବୁକିଛି ବିକ୍ରି ହେଇଗଲା । ଆଗାମୀ ଦିନରେ ଆଦାନୀ ପ୍ଲାଟଫର୍ମ ଉପରକୁ ଚଢିବା ପାଇଁ ପାଞ୍ଚ ହଜାର ଟଙ୍କା ମଧ୍ୟ ନେବେ କହି ମୋଦି ସରକାରଙ୍କୁ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା