Masthead

ନଭେମ୍ବର ୩୦ ଯାଏଁ ବଢିଲା କଟକଣା

(ବଡ଼ ଖବର ବ୍ୟୁରୋ):  ମହାମାରୀ କରୋନା ପାଇଁ ଦେଶରେ ରହିଥିବା କଟକଣା ଓ କଣ୍ଟେନମେଣ୍ଟ ବ୍ୟବସ୍ଥାକୁ କେନ୍ଦ୍ର ସରକରା ନଭେମ୍ବର ୩୦ ଯାଏ ବୁଦ୍ଧି କରିଛନ୍ତି । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖି ନଭେମ୍ବର ୩୦ ଯାଏ କଟକଣା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଦେଶରେ ପାର୍ବଣ ଋତୁ ଚାଲିଥିବାରୁ କୋଭିଡର ଉଚିତ ବ୍ୟବହାର ଉଲ୍ଲଘଂନ ହେବାର ଆଶଙ୍କା ରହିଛି । ସେ ନେଇ ଅଜୟ ଭଲ୍ଲା ପାର୍ବଣ ବେଳେ କଟକଣା କଡକଡି ଭାବେ ପାଳନ କରିବାକୁ ସବୁ ରାଜ୍ୟ ସରକାର ମାନଙ୍କୁ କହିଥିଲେ ।

ଭଲ୍ଲା କହିଥିଲେ, ବର୍ତ୍ତମାନ ଦେଶରେ କୋଭିଡ ମାମଲା ଓ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି । କିନ୍ତୁ ଆଞ୍ଚଳିକ ସଂକ୍ରମଣ କିଛି ରାଜ୍ୟରେ ଜାରି ରହିଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ନିୟମିତ ଭାବେ ପଡିଟିଭ ରେଟ, ହସ୍ପିଟାଲ, ଆଇସିୟୁ ବେଡ ଯାଞ୍ଚ କରନ୍ତୁ । ଯଦି ଦରକାର ପଡି, ତେବେ ସେମାନେ ମାଇକ୍ରୋ କଣ୍ଟେନମେଣ୍ଟ ଲାଗୁ କରିପାରିବେ । ନଭେମ୍ବର ୩୦ ଯାଏ କଣ୍ଟେନମେଣ୍ଟ ମେଜରକୁ ବୁଦ୍ଧି କରାଯାଇଥିବାରୁ ଅନ୍ତର୍ଜାତୀୟ ବିମାନ ସେବା ପୂର୍ବଭଳି ବନ୍ଦ ରହିବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ