Masthead

ଫୁଟବଲ ମ୍ୟାଚ ପାଇଁ ଭୁଲିଗଲେ ସାମାଜିକ ଦୂରତା

କଙ୍କଡାହାଡ଼, (ବଡ଼ ଖବର ବ୍ୟୁରୋ): ମାନିଲେନି କରୋନା କଟକଣା । କରୋନା କଟକଣାକୁ ଫୁ କରି ଆୟୋଜିତ ହୋଇଛି ଫୁଟବଲ ମ୍ୟାଚ୍ । କରୋନା ପାଇଁ ସବୁଆଡ଼େ ବିଭିନ୍ନ କାର୍ଯ୍ୟକ୍ରମ ବନ୍ଦ ଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ଼ ବ୍ଲକ କରଗୋଳା ଗ୍ରାମ ପଞ୍ଚାୟତରେ । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ କରୋନା କଟକଣାକୁ ଫୁ କରି ବୁଢା ମହାପାଟ ଫୁଟବଲ କ୍ଲବ ଆନୁକୁଲ୍ୟରେ ଆଯୋଜିତ ହୋଇଥିଲା ଫୁଟବଲ ମ୍ୟାଚ ।

ମ୍ୟାଚ ଦେଖିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିବା ସମୟରେ ସେମାନଙ୍କ ମଧ୍ୟରେ ନା ଥିଲା ସାମାଜିକ ଦୂରତା ନା ଥିଲା ମୁହଁରେ ମାସ୍କ । ଏହି ଫୁଟବଲ ମ୍ୟାଚରେ ଅନେକ ରାଜନେତା ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପୁଥିବାରୁ ପ୍ରଶାସନ ଏହାର ମୁକାବିଲା ପାଇଁ ଅନେକ ପଦକ୍ଷେପମାନ ଗ୍ରହଣ କରୁଛି । ତେବେ ଏପରି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ଏହି ଫୁଟବଲ ମ୍ୟାଚ୍ ପାଇଁ ଅନୁମତି ଦେଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ