Masthead

ବଲିଉଡକୁ ମହାରାଷ୍ଟ୍ର ବାହାରକୁ ନେବାକୁ ବିଜେପି କରୁଛି ଷଡ଼ଯନ୍ତ୍ର: ନବାବ

(ବଡ଼ ଖବର ବ୍ୟୁରୋ)  ମୁମ୍ବାଇ ଡ୍ରଗ୍ସ ମାମଲାରେ ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋର ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ସମାଲୋଚନା କରି ଆସୁଥିବା ଏନସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏବେ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ମୁମ୍ବାଇ ଡ୍ରଗ୍ସ ମାମଲା ଏକ ଷଡଯନ୍ତ୍ର ।

ବଲିଉଡକୁ ମହାରାଷ୍ଟ୍ର ବାହାରକୁ ଉଠାଇ ନେବାକୁ ବିଜେପି ଏହି ଷଡ଼ଯନ୍ତ୍ର ରଚିଛି । ଏହା ସହିତ ନବାବ ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ପୁଣି ଆକ୍ରମଣ କରିଛନ୍ତି । ନବାବ କହିଛନ୍ତି, ମୁମ୍ବାଇ ପୋଲିସ ଯେପରି ତାଙ୍କୁ ଗିରଫ କରିପାରିବ ନାହିଁ , ସେଥିପାଇଁ ନିର୍ଦ୍ଦେଶ ଦେବାକୁ ସମୀର ୱାଙ୍ଖଡେ ବମ୍ବେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ସେପଟେ ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟଙ୍କୁ ପ୍ରତିଶୃତି ଦେଇଛି ଯେ, ତିନି ଦିନର ନୋଟିସ ନ ଦେଇ ସେମାନେ ସମୀର ୱାଙ୍ଖଡେଙ୍କୁ ଗିରଫ କରିବେ ନାହିଁ । ୱାଙ୍ଖଡେ ଧମକ ଦେଇ ଟଙ୍କା ଆଦାୟ କରୁଥିବା ଭଳି ଅଭିଯୋଗ ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା