Masthead

ଗିରଫ ହେଲେ ଦୁଇ ଆଇଏଏସ ଅଫିସର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗିରଫ ହେଲେ ଦୁଇ ଆଇଏଏସ ଅଫିସର । ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଛି । ଦିଲ୍ଲୀର ଏକ କମ୍ପାନୀ ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲ ନାମକ ଏକ କମ୍ପାନୀର ମୁଖ୍ୟ ମୁକେଶ ଜୈନ ୨୦୧୮ ମସିହାରେ ଇଓଡବ୍ଲୁ ନିକଟରେ ଅଭିଯୋଗ କରିଥିଲେ । ପରେ ଦିଲ୍ଲୀର ରାଜେଶ ଗେହେଲଟ ନାକମ ଜଣେ ବ୍ୟକ୍ତି ନିଜକୁ ର’ ଅଧିକାରୀ କହି ତାଙ୍କ ସହ ଯୋଗଦେଇଥିଲେ । ଓଡ଼ିଶାର ବିଭିନ୍ନ ରାଜନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି । ତେଣୁ ଓଡ଼ିଶାରେ ବ୍ୟବସାୟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଏ ନେଇ ଦିଲ୍ଲୀ ଓଡ଼ିଶା ଭବନରେ ଏକ ବୈଠକ ହୋଇଥିଲା ।

ଯେଉଁଥିରେ ସୂର୍ୟ୍ୟମଣୀ ତ୍ରିପାଠୀ ଓ ଅମିତ ସ୍ଵାଇଁ ଯୋଗ ଦେଇଥିଲେ । ସୂର୍ୟ୍ୟମଣୀ ନିଜକୁ ଜଣେ ଆଇଏଏସ ପରିଚୟ ଦେଇଥିଲେ । ଓ୍ବାର୍କ ଡିପାର୍ଟମେଣ୍ଟର ଆଡିସନାଲ ସେକ୍ରେଟାରୀ ଅଛନ୍ତି ବୋଲି କହିଥିଲେ । ସେହିପରି ଅମିତ ସ୍ବାଇଁ ନିଜକୁ ପିଡବ୍ଲୁଡି ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିୟର ପରିଚୟ ଦେଇଥିଲେ । ଓ୍ବାର୍କ ଅର୍ଡର ଦେବାକୁ କହି ଠକିନେଇଥିଲେ ଟଙ୍କା । ଆରଟିଆଇ ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ, ସୂର୍ୟ୍ୟମଣୀ ଓଡ଼ିଶାର କୌଣସି ଆଇଏଏସ ନୁହଁନ୍ତି କିମ୍ବା ସେ କୌଣସି ପୂର୍ତ୍ତ ବିଭାଗର ଅଧିକାରୀ ନୁହେଁ । ତେଣୁ ଇଓଡ଼ବ୍ଲୁ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ମୁକେଶ ଓ ତାଙ୍କ ପୁଅ ଆକାଶ ଜୈନ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ