Masthead

ଗିରଫ ହେଲେ ଦୁଇ ଆଇଏଏସ ଅଫିସର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗିରଫ ହେଲେ ଦୁଇ ଆଇଏଏସ ଅଫିସର । ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଛି । ଦିଲ୍ଲୀର ଏକ କମ୍ପାନୀ ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲ ନାମକ ଏକ କମ୍ପାନୀର ମୁଖ୍ୟ ମୁକେଶ ଜୈନ ୨୦୧୮ ମସିହାରେ ଇଓଡବ୍ଲୁ ନିକଟରେ ଅଭିଯୋଗ କରିଥିଲେ । ପରେ ଦିଲ୍ଲୀର ରାଜେଶ ଗେହେଲଟ ନାକମ ଜଣେ ବ୍ୟକ୍ତି ନିଜକୁ ର’ ଅଧିକାରୀ କହି ତାଙ୍କ ସହ ଯୋଗଦେଇଥିଲେ । ଓଡ଼ିଶାର ବିଭିନ୍ନ ରାଜନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି । ତେଣୁ ଓଡ଼ିଶାରେ ବ୍ୟବସାୟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଏ ନେଇ ଦିଲ୍ଲୀ ଓଡ଼ିଶା ଭବନରେ ଏକ ବୈଠକ ହୋଇଥିଲା ।

ଯେଉଁଥିରେ ସୂର୍ୟ୍ୟମଣୀ ତ୍ରିପାଠୀ ଓ ଅମିତ ସ୍ଵାଇଁ ଯୋଗ ଦେଇଥିଲେ । ସୂର୍ୟ୍ୟମଣୀ ନିଜକୁ ଜଣେ ଆଇଏଏସ ପରିଚୟ ଦେଇଥିଲେ । ଓ୍ବାର୍କ ଡିପାର୍ଟମେଣ୍ଟର ଆଡିସନାଲ ସେକ୍ରେଟାରୀ ଅଛନ୍ତି ବୋଲି କହିଥିଲେ । ସେହିପରି ଅମିତ ସ୍ବାଇଁ ନିଜକୁ ପିଡବ୍ଲୁଡି ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିୟର ପରିଚୟ ଦେଇଥିଲେ । ଓ୍ବାର୍କ ଅର୍ଡର ଦେବାକୁ କହି ଠକିନେଇଥିଲେ ଟଙ୍କା । ଆରଟିଆଇ ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ, ସୂର୍ୟ୍ୟମଣୀ ଓଡ଼ିଶାର କୌଣସି ଆଇଏଏସ ନୁହଁନ୍ତି କିମ୍ବା ସେ କୌଣସି ପୂର୍ତ୍ତ ବିଭାଗର ଅଧିକାରୀ ନୁହେଁ । ତେଣୁ ଇଓଡ଼ବ୍ଲୁ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ମୁକେଶ ଓ ତାଙ୍କ ପୁଅ ଆକାଶ ଜୈନ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି