Masthead

ଟ୍ରେଭି ଫାଉଣ୍ଟେନରେ ମୁଦ୍ରା ଟସ କଲେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦହ ପ୍ରଥମଥର କରି ଜି-୨୦ ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ସେପଟେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରସଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ମୋଦି ଯୋଗ ଦେବାକୁ ଯାଉଛନ୍ତି । କେବଳ ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦି ରୋମରେ ଥିବା ଟ୍ରେଭି ଫାଉଣ୍ଟେନ ପରିଦର୍ଶନ କରି ସ୍ପେନ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି ।

ଏହା ସହ ପ୍ରଧାନମନ୍ତ୍ରୀ ସ୍ଥାୟୀ ବିକାଶ ଉପରେ ଏକ ଅଧିବେଶନରେ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଦ୍ୱାରା ଯୋଗାଣ ଶୃଙ୍ଖଳା ସ୍ଥିରତା ଉପରେ ଆୟୋଜିତ ଏକ ପାଶ୍ୱର୍ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଜି-୨୦ର ପ୍ରଥମ ଅଧିବେଶନରେ ବିଶ୍ୱ ନେତାଙ୍କ ସହ ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀ ଇଟାଲିରେ ନିଜର ଦୁଇଦିନିଆ ଯାତ୍ରା ଶେଷ କରି ବ୍ରିଟେନର ଗ୍ଲାସ୍ପୋ ଯାତ୍ରା କରିବେ ଏବଂ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ୨୬ ତମ ସମ୍ମିଳନୀ ଅର୍ଥାତ ଉଙଚ୨୬ ରେ ଯୋଗଦେବେ ।

ଅନ୍ୟପଟେ ଜି-୨୦ର ପ୍ରଥମ ଅଧିବେଶନରେ ଯୋଗ ଦେବା ପରେ ଜି-୨୦ ପ୍ରତିନିଧି ଦଳର ମୁଖ୍ୟମାନେ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ ସହରର ଆଇକୋନିକ ଲ୍ୟାଣ୍ଡମାର୍କ ଟ୍ରେଭି ଫାଉଣ୍ଟେନକୁ ଯାଇ ଆରମ୍ଭ କରିଥିଲେ । ଏହା ହେଉଛି ବିଶ୍ୱର ସବୁଠାରୁ ସୁନ୍ଦର ଫାଉଣ୍ଟେନ । ଏବଂ ଏଠାରେ ମୁଦ୍ରା ଟସ ପରମ୍ପରା ରହିଛି । ସୁବଠାରୁ ରୋଚକ କଥାଟି ହେଉଛି ପ୍ରତିନିଧୀଙ୍କ ସଦସ୍ୟମାନେ ପାଣିରେ ମୁଦ୍ରା ପିଙ୍ଗିଥିବାର ଦେଖିବାକୁ ମିଳିଛି । ବିଶ୍ୱାସ କରାଯାଏ ଯେ ଯଦି ତୁମେ ମୁଦ୍ରାକୁ ପାଣିରେ ଫିଙ୍ଗିବ ତାହାଲେ ତୁମେ ନିଶ୍ଚିତ ଭାବରେ ପୁଣିଥରେ ରୋମକୁ ଫେରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍