Masthead

ଡ୍ରଗ୍ସମାଫିଆଙ୍କ ସହ ଲିଙ୍କରେ ଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ: ନବାବ ମଲ୍ଲିକ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ବର୍ତ୍ତମାନ କ୍ରୁଜ ଡ୍ରଗ୍ସ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଶାସକ ଦଳକୁ ମହାରାଷ୍ଟ୍ର ସରକାର ବାରମ୍ବାର ଟାର୍ଗେଟ କରିଆସୁଛନ୍ତି । ଏହା ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ କ୍ୟାବିନେଟ ମନ୍ତ୍ରୀ ନବାବ ମଲ୍ଲିକ ଗୁରୁତର ଅଭିଯୋଗ କରିଥିବାର ଦେଖିବାକୁ ମିଳୁଛି । ତେବେ ଫଡନାଭିସଙ୍କ ନିର୍ଦ୍ଦେଶରେ ମହାରାଷ୍ଟ୍ରରେ ଡ୍ରଗ୍ସ କାରବାର ଚାଲିଛି ବୋଲି ନବାନ ମଲ୍ଲିକ କହିଛନ୍ତି । ଏପରିକି ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫୋଟ ସେୟାର କରି ପ୍ରଶ୍ନ ପଚାରିଛନ୍ତି ଯେ ଡ୍ରଗ୍ସ ବେପାରୀଙ୍କ ସହ ବିଜେପି ନେତାଙ୍କ ସଂଯୋଗ କଣ ?

ସେପଟେ ନବାବ ମଲିକ ଅମୃତା ଫଡନାଭିସଙ୍କ ସହ ଡ୍ରଗ୍ସ ପ୍ୟାଡେଲର ଚିତ୍ର ସେୟାର କରିଛନ୍ତି । ଏହି ଡ୍ରଗ୍ସ ବେପାରୀଙ୍କ ନାମ ଜୟଦୀପ ରାଣା । ଯିଏ ଜୁନ ୨୦୨୧ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଗିରଫ କରାଯାଇଥିଲା । ବର୍ତ୍ତମାନ ଏହି ବ୍ୟକ୍ତି ଜେଲରେ ଅଛନ୍ତି । କେବଳ ଏତିକି ନୁହେଁ ବରଂ ଏହି ଚିତ୍ର ସେୟାର କରି ବିଜେପି ଏବଂ ଡ୍ରଗ୍ସ ମାଫିଆ ମଧ୍ୟରେ କଣ ସମ୍ପର୍କ ରହିଛି ବୋଲି ପ୍ରଶ୍ନ ପଚାରିଛନ୍ତି । ଏହି ଚିତ୍ର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପୁଣିଥରେ ଦେଶର ରାଜନୀତି ସରଗରମ ହୋଇ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ