Masthead

ନିରଞ୍ଜନଙ୍କୁ ତାରାଙ୍କ ତେରଛା ବାଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅନିଚ୍ଛା ସତ୍ୱେ ମଞ୍ଚକୁ ଗଲେ । ପିସିସି ସଭାପତିଙ୍କ ଉପରେ ବର୍ଷିଲେ । ଖାଲି ପିସିସି ସଭାପତି ନୁହଁନ୍ତି ଦଳର ଅନ୍ୟ ନେତାଙ୍କୁବି ତେରଛା ବାଣ ମାରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତୀ । ତାରାଙ୍କ ତେରଛା ବାଣକୁ ନେଇ କଂଗ୍ରେସରେ କମ୍ପନ । ଦଳରେ କିଛି ଠିକ ଚାଲିନି ବୋଲି ଜଳଜଳ ଦେଖା ଯାଉଛି । ଅବସର ଥିଲା ରାଜ୍ୟ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ । ମଞ୍ଚରେ ଥିଲେ ପ୍ରଭାରୀ ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ରରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ନେତା ଓ ବିଧାୟକ । ସମସ୍ତଙ୍କ ଭାଷଣ ପରେ ଆରମ୍ଭ ହୋଇଥିଲା ସଭ୍ୟ ସଂଗ୍ରହ ଅଭିଯାନ । ପ୍ରଭାରି ଓ ପିସିସି ସଭାପତିଙ୍କ ଉପସ୍ଥିତରେ ଅନେକ ନେତା ଓ କର୍ମୀ କଂଗ୍ରେସ ଦଳରେ ଯୋଗଦେଇଥିଲେ । ଶେଷରେ ମଞ୍ଚରୁ ଓହ୍ଲଇ ଥିଲେ ବିଧାୟକ ମହମ୍ମଦ ମୋକିମ ଓ ତାରା ପ୍ରସାଦ ବାହୀନିପତୀ । ସେମାଙ୍କ ଭାଷଣ ସରିନଥିବାରୁ ପିସିସି ସଭାପତି ତାଙ୍କୁ ପୁଣି ମଞ୍ଚକୁ ଡାକିଥିଲେ ।

ଖାଲି ନିରଞ୍ଜନ ନୁହଁନ୍ତି ପ୍ରଭାରି ଚେଲ୍ଲା କୁମାର ମଧ୍ୟ ଉଭୟଙ୍କୁ ଡକାଇଥିଲେ । ଶେଷରେ ତାରା ମଞ୍ଚ ଉପରକୁ ଆସି ନଜିର ବକ୍ତବ୍ୟ ରଖିଥିଲେ । କିନ୍ତୁ ଶେଷରେ ପିସିସି ବିଧାୟକମାନଙ୍କୁ ଅଣଦେଖା ନକରୁ କହି ନିରଞ୍ଜନଙ୍କୁ ତେରଛା ବାଣ ମଧ୍ୟ ମାରିଥିଲେ । ଯାହାକୁ କାଉଣ୍ଟର କରିଥିଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ତାରାଙ୍କ ବୟାନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ପୁର୍ବରୁ ତାରା ପିସିସି ସଭାପତି ଓ ସପ୍ତଗିରିଙ୍କୁ ଟାର୍ଗେଟ କରିଥିଲେ । ଖାଲି ସେତିକି ନୁହେଁ, ସିଧାସିଧା କହିଥିଲେ ନିରଞ୍ଜନ ପିସିସି ସଭାପତି ପାଇଁ ଯୋଗ୍ୟ ନୁହଁନ୍ତି । ସେତେବେଳେ ତାରାଙ୍କ ଏହି ବୟାନକୁ ନେଇ କଂଗ୍ରେସରେ କମ୍ପନ ଦେଖାଇଦେଇଥିଲା । ତାରାଙ୍କ ସମର୍ଥନରେ ବହୁ ନେତା ବାହାରିଥିଲେ ମଧ୍ୟ ।

କିନ୍ତୁ ପ୍ରଭାରୀ ଚେଲ୍ଲା କୁମାରଙ୍କ ହସ୍ତକ୍ଷେପ ପରେ ଏହି ବିବାଦ କ୍ରମଶଃ ଥମିଥିଲା । କିନ୍ତୁ ତାରାଙ୍କ ଆଜିର ବୟାନ କଂଗ୍ରେସ ରାଜନିତିକୁ ପୁଣି ସରଗରମ କରିଦେଇଛି । ତାରା ଆହୁରୀ ମଧ୍ୟ କହିଛନ୍ତି କି ସେ ପସିସି ପାଇଁ ଯୋଗ୍ୟ ବ୍ୟକ୍ତି , କିନ୍ତୁ ପିସିସି ସଭାପତି ପଦ ସେ କେବେ ମାଗିବେନି କି ତାଙ୍କୁ ଦେଲେ ଛାଡିବେନି । ରାଜ୍ୟରେ ବେହାଲ ହୋଇପଡିଥିବା ସ୍ଥିତି ସୁଦୃଢ ପାଇଁ କଂଗ୍ରେସ କରୁଛି ପ୍ରୟାସ । ଏଥିପାଇଁ ଦଳ ମେମ୍ବରସିପି ଡ୍ରାଇଭ ମଧ୍ୟ ଆରମ୍ଭ କରିଛି । କିନ୍ତୁ ସେଠି ମଧ୍ୟ ଦେଖାଦେଇଛି ବିବାଦ । କଥାରେ କଥାରେ ନିରଞ୍ଜନଙ୍କୁ ପୁଣି ଟାର୍ଗେଟ କରିଛନ୍ତି ତାରା । ତେବେ ଆଗକୁ ଏହି ବିବାଦ କି ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି