Masthead

ଅନିଲ ଦେଶମୁଖ ଗିରଫ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ଦାଦାବଟି ମାମଲାରେ ସୋମବର ତାଙ୍କୁ ଇଡି ଗିରଫ କରିଛି । ଦୀର୍ଘ ୧୨ ଘଣ୍ଟାର ମାରାଥନ ଜେରା ପରେ ସେ ଗିରଫ ହୋଇଛନ୍ତି । ଜେରାରେ ସେ କୌଣସି ପ୍ରକାରର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ସୋମବାର ଦିନ ୧୧ଟା ୫୫ରେ ଅନିଲ ଇଡି ଅଫିସରେ ପହଞ୍ଚିଥିଲେ ।

ତାଙ୍କୁ ପୂର୍ବରୁ ଇଡି ସମନ ମଧ୍ୟ ଜାରି କରିଥିଲା । କିନ୍ତୁ ସେ ଉପସ୍ଥିତ ହେଉନଥିଲେ । ତେବେ ବର୍ତ୍ତମାନ ସେ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଇଡି ପକ୍ଷରୁ କୁହାଯାଇଛି । ସେ ଅପରାଧରେ ସକ୍ରିୟ ରହୁଥିବା ଇଡି ପାଖରେ ପ୍ରମାଣ ରହିଛି । ଏନେଇ ଇଡି ତାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ ଉତ୍ତର ନଦେଇ ଅଭିଯୋଗକୁ ଖଣ୍ଡନ କରିଥିଲେ ।

ତେବେ ଅନିଲଙ୍କ ଗିରଫଦାରୀ ପରେ ବର୍ତ୍ତମାନ ତାଙ୍କ ପତ୍ନୀ ଓ ପୁଅକୁ ମଧ୍ୟ ପଚରା ଉଚରା କରାଯିବ । କାହିଁକି ନା ସେମାନଙ୍କୁ ମଧ୍ୟ ପୂର୍ବରୁ ଇଡି ସମନ ଜାରି କରିଥିଲା । ଆଉ ସେମାନେ ମଧ୍ୟ ହାଜର ହୋଇନଥିଲେ । ସୂଚନାଯୋଗ୍ୟ, ମୁମ୍ବାଇ ପୋଲିସ କମିଶନର ଥିବା ପରମବୀର ସିଂଙ୍କୁ ପଦରୁ ହଟାଇ ଦିଆଯାଇଥିଲା । ଏହାପରେ ତାଙ୍କର ଏକ ଚିଠି ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଅନିଲ ଦେଶମୁଖଙ୍କ ବିରୋଧରେ ଦାଦାବଟି, ଚାନ୍ଦା ଆଦାୟ ଆଦି ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ