Masthead

ଅନିଲ ଦେଶମୁଖ ଗିରଫ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ଦାଦାବଟି ମାମଲାରେ ସୋମବର ତାଙ୍କୁ ଇଡି ଗିରଫ କରିଛି । ଦୀର୍ଘ ୧୨ ଘଣ୍ଟାର ମାରାଥନ ଜେରା ପରେ ସେ ଗିରଫ ହୋଇଛନ୍ତି । ଜେରାରେ ସେ କୌଣସି ପ୍ରକାରର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ସୋମବାର ଦିନ ୧୧ଟା ୫୫ରେ ଅନିଲ ଇଡି ଅଫିସରେ ପହଞ୍ଚିଥିଲେ ।

ତାଙ୍କୁ ପୂର୍ବରୁ ଇଡି ସମନ ମଧ୍ୟ ଜାରି କରିଥିଲା । କିନ୍ତୁ ସେ ଉପସ୍ଥିତ ହେଉନଥିଲେ । ତେବେ ବର୍ତ୍ତମାନ ସେ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଇଡି ପକ୍ଷରୁ କୁହାଯାଇଛି । ସେ ଅପରାଧରେ ସକ୍ରିୟ ରହୁଥିବା ଇଡି ପାଖରେ ପ୍ରମାଣ ରହିଛି । ଏନେଇ ଇଡି ତାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ ଉତ୍ତର ନଦେଇ ଅଭିଯୋଗକୁ ଖଣ୍ଡନ କରିଥିଲେ ।

ତେବେ ଅନିଲଙ୍କ ଗିରଫଦାରୀ ପରେ ବର୍ତ୍ତମାନ ତାଙ୍କ ପତ୍ନୀ ଓ ପୁଅକୁ ମଧ୍ୟ ପଚରା ଉଚରା କରାଯିବ । କାହିଁକି ନା ସେମାନଙ୍କୁ ମଧ୍ୟ ପୂର୍ବରୁ ଇଡି ସମନ ଜାରି କରିଥିଲା । ଆଉ ସେମାନେ ମଧ୍ୟ ହାଜର ହୋଇନଥିଲେ । ସୂଚନାଯୋଗ୍ୟ, ମୁମ୍ବାଇ ପୋଲିସ କମିଶନର ଥିବା ପରମବୀର ସିଂଙ୍କୁ ପଦରୁ ହଟାଇ ଦିଆଯାଇଥିଲା । ଏହାପରେ ତାଙ୍କର ଏକ ଚିଠି ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଅନିଲ ଦେଶମୁଖଙ୍କ ବିରୋଧରେ ଦାଦାବଟି, ଚାନ୍ଦା ଆଦାୟ ଆଦି ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ