Masthead

ପିଲାଙ୍କ ପାଇଁ ବିପଦ ସାଜିଛି ମୋବାଇଲ ଟାୱାର

ବରବିଲ (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବଡ଼ବିଲ ୱର୍ଡ ନମ୍ବର ଏଗାରରେ ଥିବା ମଧୁସୂଦନ ୟୁପି ସ୍କୁଲରେ ପିଲାମାନଙ୍କ ପାଇଁ ବିପଦ ସାଜିଛି ମୋବାଇଲ ଟାୱାର । ଏହି ମଧୁସୂଦନ ସ୍କୁଲକୁ ଲାଗି ଆଗରୁ ଏକ ଟାୱାର ଥିଲା କିନ୍ତୁ ସେଠାରେ ଆଉ ଏକ ରିଲାଏନ୍ସ ଟାୱାର ବସିବା ସହ ସ୍କୁଲ ଦିବାଲକୁ ଲାଗି ଏକ ନୂତନ ଟ୍ରାନ୍ସଫରମର ବସାଯାଇଛି । ଯାହା ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରାଯାଇଛି ବୋଲି ସେଠିକାର ଅଭିଭାବକ ଓ ସ୍କୁଲ କମିଟିର ସଦସ୍ୟ ଅଭିଯୋଗ କରିଛନ୍ତି ।

ସ୍କୁଲ କମିଟି ଏକ ଅଭିଯୋଗ ପତ୍ର ବଡବିଲ ପ୍ରଶାସନକୁ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟାୱାର ଓ ଟ୍ରାନ୍ସଫରମରଟି ବଡ଼ବିଲ ଆଇଟିଆଇ ପରିସରରେ ଅଛି । ଏହି କଥା ଆମେ ଯେତେ ବେଳେ ଆଇଟିଆଇ ପ୍ରିନ୍ସପାଲଙ୍କୁ ପଚାରିଥିଲୁ ସେ ତାଙ୍କର ଉତ୍ତର ଦେଇଥିଲେ ଯେ ରିଲାଏନ୍ସ କମ୍ପାନୀ ସରକାରଙ୍କ ଠାରୁ ପରିମିସନ ଆଣିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ ଗତ କିଛିଦିନ ତଳେ ଏହି ୧୧ କେଭି ତାରକୁ ଲାଗି ଏକ ଅଘଟଣ ଘଟି ଏକ ଛାତ୍ରଙ୍କ ଜୀବନ ଯାଇଥିଲା ।

ତାପରେ ମଧ୍ୟ କିପରି ସ୍କୁଲ କାନ୍ଥ କୁ ଲାଗି ଏକ ବିଦ୍ୟୁତ ଟ୍ରାନ୍ସଫର୍ମ ବସଯାଉଛି । ସ୍କୁଲ ଉପରେ ୧୧କେଭି ତାର ଯାଇଛି ଯଦି ଏହି ତାର ଓ ଟ୍ରାନ୍ସଫରମରକୁ ଉଠାଯାଇ ଅନ୍ୟତ୍ର ବସାଯାଉ ଓ ଉପରେ ଥିବା ୧୧କେଭି ତାରକୁ ମଧ୍ୟ ଉଠା ଯାଉ ବୋଲି ସେଠିକାର ଅଧିବାସୀ ଓ ସ୍କୁଲ ଶିକ୍ଷକମାନେ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା