Masthead

ଦେଶରେ ଦିନକୁ ୩୧ ପିଲାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ପ୍ରତିଦିନ ୩୧ ପିଲା ଆତ୍ମହତ୍ୟା କରୁଛନ୍ତି । ବିଶେଷଜ୍ଞଙ୍କ କହିବା ମୁତାବକ କରୋନା ମହାମାରୀର ପ୍ରଭାବ ପିଲାମାନଙ୍କ ଊପରେ ପଡୁଛି । ରାଷ୍ଟ୍ରିୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ ୨୦୨୦ରେ ଦେଶରେ ୧୧,୩୯୬ ପିଲା ଆତ୍ମହତ୍ୟା କରିଛନ୍ତି, ଯାହାକି ୨୦୧୯ ତୁଳନାରେ ୧୮ ପ୍ରତିଶତ ଅଧିକ ଅଟେ ।

୧୮ ବର୍ଷରୁ କମ ପିଲା ୪,୦୦୬ ପରିବାରର ସମସ୍ୟା ପାଇଁ ୧,୩୩୭ ପିଲା ପ୍ରେମ ପ୍ରସଙ୍ଗକୁ ନେଇ,୧୩୨୭ ପିଲା ଅସୁସ୍ଥତା ଏବଂ କିଛି ପିଲାଙ୍କର ଆତ୍ମହତ୍ୟାର କାରଣ ବେରୋଜଗାରୀ, ପତାଳାପଣ, ନଂପୁସକତା ଏବଂ ମାଦକ ପଦାର୍ଥ ବ୍ୟବହାର ଆଦି କାରଣ ରହିଛି । ମହାମାରୀ କାରଣରୁ ସ୍କୁଲ ବନ୍ଦ ହେବା ସହିତ ପିଲାମାନଙ୍କର ଖେଳ କୁଦ ବନ୍ଦ ହୋଇଯିବାରୁ ପିଲାମାନଙ୍କର ଶାରିରୀକ ଏବଂ ମାନସିକ ବିକାଶ ଉପରେ ବହୁତ ଖରାପ ଭାବାରେ ପ୍ରଭାବିତ ହୋଇଛି ।

ଦେଶରେ ଲଗାତାର ପିଲାମାନଙ୍କ ଆତ୍ମହତ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବାକୁ ହେଲେ ପିତା-ମାତା , ପରିବାର, ପଡୋଶୀ ଏବଂ ସରକାରଙ୍କର ଭୂମିକା ରହିଛି । ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଆବଶ୍ୟକ ଯାହାଦ୍ୱାରା ପିଲାମାନେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ପାଇଁ ସ୍ୱପ୍ନ ଦେଖିବା ସହ ତାକୁ ସାକାର କରି ପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ