Masthead

ଦେଶରେ ଦିନକୁ ୩୧ ପିଲାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ପ୍ରତିଦିନ ୩୧ ପିଲା ଆତ୍ମହତ୍ୟା କରୁଛନ୍ତି । ବିଶେଷଜ୍ଞଙ୍କ କହିବା ମୁତାବକ କରୋନା ମହାମାରୀର ପ୍ରଭାବ ପିଲାମାନଙ୍କ ଊପରେ ପଡୁଛି । ରାଷ୍ଟ୍ରିୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ ୨୦୨୦ରେ ଦେଶରେ ୧୧,୩୯୬ ପିଲା ଆତ୍ମହତ୍ୟା କରିଛନ୍ତି, ଯାହାକି ୨୦୧୯ ତୁଳନାରେ ୧୮ ପ୍ରତିଶତ ଅଧିକ ଅଟେ ।

୧୮ ବର୍ଷରୁ କମ ପିଲା ୪,୦୦୬ ପରିବାରର ସମସ୍ୟା ପାଇଁ ୧,୩୩୭ ପିଲା ପ୍ରେମ ପ୍ରସଙ୍ଗକୁ ନେଇ,୧୩୨୭ ପିଲା ଅସୁସ୍ଥତା ଏବଂ କିଛି ପିଲାଙ୍କର ଆତ୍ମହତ୍ୟାର କାରଣ ବେରୋଜଗାରୀ, ପତାଳାପଣ, ନଂପୁସକତା ଏବଂ ମାଦକ ପଦାର୍ଥ ବ୍ୟବହାର ଆଦି କାରଣ ରହିଛି । ମହାମାରୀ କାରଣରୁ ସ୍କୁଲ ବନ୍ଦ ହେବା ସହିତ ପିଲାମାନଙ୍କର ଖେଳ କୁଦ ବନ୍ଦ ହୋଇଯିବାରୁ ପିଲାମାନଙ୍କର ଶାରିରୀକ ଏବଂ ମାନସିକ ବିକାଶ ଉପରେ ବହୁତ ଖରାପ ଭାବାରେ ପ୍ରଭାବିତ ହୋଇଛି ।

ଦେଶରେ ଲଗାତାର ପିଲାମାନଙ୍କ ଆତ୍ମହତ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବାକୁ ହେଲେ ପିତା-ମାତା , ପରିବାର, ପଡୋଶୀ ଏବଂ ସରକାରଙ୍କର ଭୂମିକା ରହିଛି । ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଆବଶ୍ୟକ ଯାହାଦ୍ୱାରା ପିଲାମାନେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ପାଇଁ ସ୍ୱପ୍ନ ଦେଖିବା ସହ ତାକୁ ସାକାର କରି ପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ