ଶ୍ରୀମନ୍ଦିର ପରିଚାଳନା କମିଟିକୁ ବିରୋଧ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା କମିଟିକୁ ବିରୋଧ । ଭକ୍ତ ନିବାସ ଭିତରେ ଚାଲିଛି ବୈଠକ । ଉପସ୍ଥିତ ଅଛନ୍ତି ସମସ୍ତ ପ୍ରସାଶନିକ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ଅଧ୍ୟକ୍ଷ ଗଜପତି ମହାରାଜ । ବାହାରେ କିନ୍ତୁ ଭିଟାମାଟି ଅଧିକାର ମଞ୍ଚ ତରଫରୁ ପରିଚାଳନା କମିଟି ବୈଠକକୁ ଜୋରଦାର ବିରୋଧ କରାଯାଇଛି ।ପରିଚାଳନା କମିଟି ବୈଠକକୁ ପ୍ରହସନ ବୋଲି କହିଛି ମଞ୍ଚ । ପୁରୀବାସୀଙ୍କ ଅସୁବିଧାକୁ ଅଣଦେଖା କରି ଏ ବୈଠକ କେବଳ ଦେଖାଣିଆ ବୋଲି ମଞ୍ଚ କହିଛି ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାରଫତ ପରିଚାଳନା କମିଟି ନାମରେ ପୁରୀ ସହର ତଥା ଗ୍ରାମାଞ୍ଚଳର ଦୀର୍ଘ ଦିନ ଲାଗି ରହିଥିବା ଜମିଜମା ସଂକ୍ରାନ୍ତୀୟ ବିବାଦ ଉପରେ ବ୍ୟାପକ ଆଲୋଚନା କରାଯାଇ ୨୦୦୩ ମାର୍ଚ୍ଚ ୧୨ ତାରିଖରେ ଏକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ସମାନ ନୀତି ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟି ନିକଟରେ ଶତାଧିକ ଲୋକେ ଅର୍ଥ ରାଶି ଦାଖଲ କରି ଜମି ରେଜିଷ୍ଟ୍ରେସନ କରାଇନେଲେ । କିନ୍ତୁ କୌଣସି କାରଣ ନଥାଇ ଏ ରେଜିଷ୍ଟ୍ରେସନ ବନ୍ଦ ରଖାଗଲା ।

ବର୍ତ୍ତମାନ ସୁଦ୍ଧା ୧୦୦୦୦ ଦରଖାସ୍ତ ପଡିରହିଛି । ନିଜର ଜମି ଥାଇ ମଧ୍ୟ ଲୋକେ କାଗଜପତ୍ର ଠିକ କରିନପାରି ନିଜର କାର୍ୟ୍ୟରେ ଲଗାଇପାରୁନାହାନ୍ତି । ଜାତି ପ୍ରମାଣ ପତ୍ର , ଗୃହ ପ୍ରମାଣପତ୍ର ଆଦି ମିଳିବାରେ ଅସୁବିଧା ହେଉଛି । ସମାନ ନୀତି ଅନୁଯାୟୀ ଆଜିକାର ବଜାର ମୂଲ୍ୟକୁ ଆଧାର କରି ରେଜିଷ୍ଟ୍ରି ପାଇଁ କୁହାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ର ଖାମାଖିଆଲ ନୀତି ଯୋଗୁଁ ହଜାର ହଜାର ପୁରୀବାସୀ ନିଜ ଭିଟା ମାଟି ଅଧିକାରରୁ ବଂଚିତ ହେଉଛନ୍ତି ବୋଲି ମଞ୍ଚ ଅଭିଯୋଗ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!