Masthead

ସାମ୍ନାକୁ ଆସିଲା ‘ଆର୍‌ଆର୍‌ଆର୍‌’ର ନୂଆ ଝଲକ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଆସିଲା ନୂଆ ଝଲ୍‌କ। ଦେଖିବାକୁ ମିଳିଲା ଦମ୍‌ଦାର ଆକ୍ସନ। ରିଲିଜ ହୋଇଛି ଫିଲ୍ମର ଏକ ନୂଆ ଟିଜର। ଏଥିରେ ଫିଲ୍ମର ସମସ୍ତ ଚରିତ୍ରର ଝଲକ୍‌ ଦେଖିବାକୁ ମିଳିଛି। ରିଲିଜ ହୋଇଥିବା ଟିଜର୍‌ରେ ଏକ ଯୁଦ୍ଧକୁ ଦେଖାଯାଇଛି ଏବଂ ଫିଲ୍ମର ସବୁ ଷ୍ଟାର ଏହି ଯୁଦ୍ଧରେ ଲଢ଼ୁଥିବା ଦେଖିବାକୁ ମିଳିଛି। ବାହୁବଳି ପ୍ରାଞ୍ଚାଇଜ ତୁଳନାରେ ଏହି ଫିଲ୍ମଟି ଏକ ବଡ ପ୍ରୋଜେକ୍ଟ ହେବ ବୋଲି ଆଶା କରାଯାଉଛି। ବହୁବଳି ଫେମ୍‌ ନିର୍ଦ୍ଦେଶକ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍‌ ରୋଲରେ ରାମ ଚରଣ, ଜୁନିଅର୍‌ ଏନ୍‌ଟିଆର୍‌, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ରହିଛନ୍ତି। ଏହି ବିଗ୍‌ବଜେଟ୍‌ ଫିଲ୍ମକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଛି । ଫିଲ୍ମକୁ ନେଇ ଫ୍ୟାନ୍ସମାନେ ମଧ୍ୟ ବେଶ୍‌ ଏକ୍ସାଇଟେଡ୍‌ ରହିଛନ୍ତି । କିନ୍ତୁ କରୋନା ପାଇଁ ଫିଲ୍ମର ରିଲିଜ୍ ଡେଟ୍ ସ୍ଥିର ହୋଇ ପାରୁ ନଥିଲା । ପୂର୍ବରୁ ଫିଲ୍ମଟିକୁ ଚଳିତ ବର୍ଷ ଅକ୍ଟୋବର ୧୩ରେ ରିଲିଜ କରିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏବେ ଏହା ଆସନ୍ତା ବର୍ଷ ଜାନୁଆରୀ ୭ରେ ପରଦାକୁ ଆସିବ।

ତେବେ ଫିଲ୍ମର ଏକ ଦୋସ୍ତି ସଙ୍ଗ କିଛିଦିନ ତଳେ ସାମ୍ନାକୁ ଆସିଥିଲା । ଗୀତରେ ଜୁନିୟର ଏନ୍ଟିଆର୍ ଓ ରାମ୍ ଚରଣ ଦମଦାର ଲୁକ୍ ରେ ଏଣ୍ଟ୍ରି କରିଥିଲେ । ଏହି ଗୀତଟିକୁ ଦର୍ଶକ ପସନ୍ଦ କରିଥିବା ବେଳେ ଗୀତର ଭିଡିଓ ଦେଖି ସିନେପ୍ରେମୀ ମାନଙ୍କ ମନରେ ଫିଲ୍ମକୁ ନେଇ ଅଧିକ ଉତ୍ସାହ ଦେଖା ଦେଇଛି । ସ୍ୱାଧୀନତା ସଂଗ୍ରାମୀ କୋମାରାମ ଭୀମ ଏବଂ ଅଲ୍ଲୁରୀ ସୀତାରାମରାଜୁଙ୍କ ଜୀବନୀ ସହ ଜଡିତ ଏକ କାଳ୍ପନିକ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ । ୪୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମଲୟାଲମ ଏବଂ କନ୍ନଡ ସମେତ ଅନ୍ୟ ଭାଷାରେ ମଧ୍ୟ ରିଲିଜ ହେବ। ତେବେ ଫିଲ୍ମଟି ରିଲିଜ୍ ହେବା ପରେ ନିହାତି ଏକ ହିଷ୍ଟ୍ରି ତିଆରି କରିବ ବୋଲି ଆଶା ରଖିଛନ୍ତି ମେକର୍ସ ଓ ଅଡିୟନ୍ସ । ବ୍ୟୁରୋ ରିପୋର୍ଟ ବଡ଼ ଖବର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ