Before Header

କ୍ଷମା ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ, ଡିଲିଟ୍ କଲେ ପୋଷ୍ଟ

0 987

ଆସାମ (ବଡ଼ ଖବର ବ୍ୟୁରୋ): ଭଗବଦ୍‌ ଗୀତାର ଏକ ‘ଶ୍ଲୋକ’ର ଭୁଲ ଅନୁବାଦ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କ୍ଷମା ମାଗିଛନ୍ତି। ଭୁଲ ଅନୁବାଦକୁ ନେଇ ବିବାଦ ଉପୁଜିବାରୁ ସେ କ୍ଷମା ମାଗିଛନ୍ତି। ଅନେକ ନେତା ତାଙ୍କୁ ଜାତି ବିଭାଜନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଥିଲେ। ହିମନ୍ତ କହିଛନ୍ତି, ନିୟମିତ ଭାବେ, ପ୍ରତିଦିନ ସକାଳେ ମୁଁ ମୋର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭଗବଦ୍‌ ଗୀତାର ଏକ ଶ୍ଲୋକ ଅପଲୋଡ କରେ ।

ଏଯାଏଁ ମୁଁ ୬୬୮ଟି ଶ୍ଳୋକ ଅପଲୋଡ କରିସାରିିଲିଣି । ନିକଟରେ ମୋ ଟିମର ଜଣେ ସଦସ୍ୟ ୧୮ ଅଧ୍ୟାୟର ଏକ ଶ୍ଳୋକର ଭୁଲ ଅନୁବାଦ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । ଏହା ଜାଣିବା ମାତ୍ରେ ମୁଁ ତାକୁ ତୁରନ୍ତ ଡିଲିଟ୍ କରିଥିଲି । ଯଦି ହଟାଯାଇଥିବା ପୋଷ୍ଟ ଦ୍ୱାରା ଯଦି କେହି ଆହତ ହୋଇଛନ୍ତି, ମୁଁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛି।

Leave A Reply

Your email address will not be published.