Masthead

କୋଲକାତାକୁ ବିଜୟ ଭେଟି ଦେଲେ ରାହୁଲ ତ୍ରିପାଠୀ

 

ଆବୁଧାବି (ବଡ଼ ଖବର ବ୍ୟୁରୋ) : ଆଇପିଏଲର ୨୧ତମ ମ୍ୟାଚରେ ଚେନ୍ନାଇକୁ ୧୦ରନରେ ପରାସ୍ତ କରିଛି କୋଲକାତା। କୋଲକାତା ଏହି ବିଜୟ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଛି । ସେନ ଓ୍ଵାଟସନଙ୍କ ଅର୍ଦ୍ଧଶତକ ମଧ୍ୟ ଚେନ୍ନାଇକୁ ଚତୁର୍ଥ ପରାଜୟରୁ ବଞ୍ଚାଇ ପାରିନାହିଁ। ଗତ ମ୍ୟାଚ୍‌କୁ ୧୦ ଓ୍ଵିକେଟ୍‌ରେ ଜିତିଥିବା ଚେନ୍ନାଇ ଆଜି ୧୦ରନରେ କୋଲକାତା ହାତରୁ ପରାଜିତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିବା କୋଲକାତା ରାହୁଲ ତ୍ରିପାଠୀଙ୍କ ଧୂଆଁଧାର ୮୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୧୬୭ ରନ କରିଥିଲା । ଚେନ୍ନାଇ ତରଫରୁ ଡ୍ଵେନ ବ୍ରାଭୋ ସର୍ବାଧିକ ୩ ସଫଳତା ପାଇଥିବା ବେଳେ କର୍ଣ୍ଣ ଶର୍ମା ୨ଟି, ସାମ କରନ ୨ଟି ଓ ଶାର୍ଦ୍ଦୁଳ ଠାକୁର ମଧ୍ୟ ୨ଟି ଓ୍ଵିକେଟ୍ ନେଇଥିଲେ।
୧୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ଓପନିଂ ଯୋଡି ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ୯୯ ରନ ସ୍କୋରରେ ଅମ୍ବତି ରାୟୁଡୁ ୩୦ ରନ କରି ପାଭିଲିୟନ ଫେରିବା ପରେ ଚେନ୍ନାଇର ବ୍ୟାଟିଂ ବିପର୍ଯୟ ଆରମ୍ଭ ହୋଇଥିଲା । ଚେନ୍ନାଇ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିଲା । ଚେନ୍ନାଇ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, କମଲେସ ନାଗରକୋଟି,  ସୁନିଲ ନାରିନେ,  ଆନ୍ଦ୍ରେ ରସେଲ ଓ ଶିବମ ମାଭି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇ ଦଳକୁ ବିଜୟୀ ଭେଟି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ