Masthead

ଲକ୍ଷ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

ଆଯୋଧ୍ୟା(ବଡ଼ ଖବର ବ୍ୟୁରୋ):ଲକ୍ଷ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା । ପ୍ରଭୁ ଶ୍ରୀ ରାମଙ୍କ ସହର ଅଯୋଧ୍ୟାରେ ଏକ ବିଶାଳ ଦୀପୋତ୍ସବ ଆୟୋଜନ କରାଯାଉଛି । ଦୀର୍ଘ ସମୟ ଧରି ଏଥିପାଇଁ ପ୍ରସ୍ତୁତ ମଧ୍ୟ ଆରମ୍ଭ ହୋଇ ସାରିଛି । ସେପଟେ ପ୍ରଭୁ ରାମଚନ୍ଦ୍ର, ମା’ ସୀତା ଓ ଭାଇ ଲକ୍ଷ୍ମଣ ପୁଷ୍ପକ ବିମାନ ଆକାରର ଏକ ହେଲିକପ୍ଟର ଯୋଗେ ଆଯୋଧ୍ୟା ପହଞ୍ଚିଥିବାର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଭୁଙ୍କୁ ସରୁଆ ନଦୀ କୂଳରେ ସ୍ୱାଗତ କରିଥିଲେ । ପ୍ରଭୁ ରାମଚନ୍ଦ୍ରଙ୍କର ରାଜ୍ୟାଭିସେକ ମଧ୍ୟ ହୋଇଥିଲା । ଏହି ସମୟରେ ଚାରିପାଖ ପ୍ରଭୁ ଶ୍ରୀରାମ ଏବଂ ଶଙ୍ଗନାଦରେ କମ୍ପିତ ହୋଇ ଉଠିଥିଲା ।

ଅନ୍ୟପଟେ ୨୦୧୭ ମସିହାରେ ରାମ ଜନ୍ମଭୂମିରେ ୧ ଲକ୍ଷ ୮୦ହଜାର ଦୀପ ପ୍ରଜଲୋଳ କରାଯାଇଥିଲା । ସେହିପରି ୨୦୧୮ରେ ପ୍ରାୟ ୩ ଲକ୍ଷ, ୨୦୧୯ଓ ୨୦୨୦ ମସିହାରେ ପାଖାପାଖି ୫ ଲକ୍ଷ ୫୦ ହଜାର । ଆଉ ଏଥର ସମସ୍ତ ରେକର୍ଡକୁ କାଟିବା ଲକ୍ଷ୍ୟରେ ଅଛନ୍ତି ଯୋଗୀ ସରକାର । ଚଳିତ ବର୍ଷ ପାଖାପାଖି ୯ ଲକ୍ଷ୍ୟ ଦୀପ ଜଳାଯାଇଥିବାର ସୂଚନା ମିଳିଛି । ଏନେଇ ବହୁ ଆଗରୁ ପ୍ରସ୍ତୁତ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଥିଲା । ଏପରିରି ଅଯୋଧ୍ୟାର ପ୍ରତ୍ୟେକ ମନ୍ଦିର ଓ ମଠ ଗୁଡ଼ିକକୁ ଯୋଗୀ ଦୀପ ପଠାଇଥିବାର ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି