Masthead

ବାଲୁକା କଳାରେ ଦୀପାବଳିର ବାର୍ତ୍ତା

ପୁରୀ (ବଡ଼ ଖବର ବ୍ୟୁରୋ): ଆଲୋକର ପର୍ବ ଦୀପାବଳି, ସେଥିପାଇଁ ଗାଁ ଠାରୁ ସହର ସମସ୍ତେ ଚଳଚଞ୍ଚଳ । ଲୋକେ ମାଟି ଦୀପ , ରଙ୍ଗୀନ ଆଲୋକରେ ଘର ସଜାଇ ଦୀପାବଳି ପାଳିବାକୁ ସଜବାଜ କରିଛନ୍ତି । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦୀପାବଳି ଉପଲକ୍ଷେ ପୁରୀ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିବା ସହିତ ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି । ମାନସ ସାହୁ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ମାଆ କାଳୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।

ଏବଂ ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହିତ ପଲ୍ୟୁସନ ଫ୍ରୀ ଦୀପାବଳି ପାଳନ କରିବା ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଏ ବର୍ଷ ଦୀପ ଜାଳି ଏବଂ କୋଭିଡ ନିୟମାବଳୀ ମାନି ଦୀପାବଳି ପାଳନ କରନ୍ତୁ । ଏହି ବାଲୁକା ମୂର୍ତ୍ତି ଟି ୧୫ଫୁଟ ଓସାର ବିଶିଷ୍ଟ ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ ‘ହାପି ଆଣ୍ଡ ସେଫ ଦିୱାଲି’ର ବାର୍ତ୍ତା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ