Masthead

ଆର୍ୟନ ଜେଲରେ ଥିବାବେଳେ ଶାହରୁଖଙ୍କୁ ଚିଠି ଲେଖିଥିଲେ ରାହୁଲ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ଚର୍ଚ୍ଚା ଥମିବାରେ ନାଁ ନେଉନି । ସେପଟେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ବେଲ ମିଳିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ତେବେ ଆର୍ୟନ ଗିରଫ ହେବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶାହରୁଖ ଖାନଙ୍କୁ ଚିଠି ଲେଖିଥିବାର କଥା ସାମ୍ନାକୁ ଆସିଛି । କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଧରାପଡ଼ିବା ପରେ ତାଙ୍କ ପିତା ଶାହରୁଖ ଖାନ ଏବଂ ମାତା ଗୌରୀ ଖାନ ଅତ୍ୟନ୍ତ ବିବ୍ରତ ତଥା ଭାବପ୍ରବଣ ହୋଇପଡ଼ିଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଉତ୍ସାହିତ କରୁଥିବାବେଳେ ଅନେକ ଲୋକ ତାଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ କଂଗ୍ରେସ ସାଂସଦ ଶାହରୁଖ ଖାନଙ୍କୁ ଏକ ଚିଠି ଲେଖିଥିଲେ ।

ତେବେ ଏଭଳି ପରିସ୍ଥିତିରେ ପ୍ରିୟଜନଙ୍କୁ ଦେଖିବା ସହଜ ନୁହେଁ । ମୁଁ ଜାଣେ ତୁମେ ଦୟାଳୁ ଏବଂ ତୁମେ ସମାଜର ଖ୍ୟାତି ଅର୍ଜନ କରିଛ । ସେଥିପାଇଁ ମୁଁ ତୁମ ପରିବାର ପାଇଁ ଏତେ ବ୍ୟାପକ ସମର୍ଥନ ଦେଖିପାରୁଛି ବୋଲି ରାହୁଲ ଗାନ୍ଧୀ ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ । କେବଳ ଏତିକି ନୁହେଁ ବରଂ ସତ୍ୟକୁ ଅଧିକ ଦିନ ବନ୍ଧକ ରଖାଯାଇପାରିବ ନାହିଁ ବୋଲି ରାହୁଲ କହିଛନ୍ତି । ଶାହରୁଖ ଖାନଙ୍କୁ ଚିଠି ଲେଖି ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଦେଶରେ ରାଜନୀତି ସରଗରମ ହୋଇ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ