Masthead

ପେଟ୍ରୋଲ ପମ୍ପ ବିସ୍ଫୋରଣ ନେଲା ଜଣଙ୍କ ଜୀବନ

ଭୂବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବୁଧବାର ହୋଇଥିଲା ଭୟଙ୍କର ବିସ୍ଫୋରଣ । ବିସ୍ପୋରଣରେ ଗୁରୁତର ହୋଇ କଟକରେ ଚିକିତ୍ସାଧୀନ ଥିବା ଜଣଙ୍କର ଆଜି ଭୋରୁ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ । ଏ ସମ୍ପର୍କରେ ସୁଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଡା. ଭୂବନାନନ୍ଦ ମହାରଣା ।
ଭୁବନେଶ୍ୱର ରାଜଭବନ ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ପୋରଣ ଘଟି ୧୦ରୁ ଉଦ୍ଧ୍ୱର୍ର୍ଲୋକ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଥିବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ରାଜଭବନ-ଶିରିପୁର ରାସ୍ତା ସ୍ୱାଭାବିକ ହୋଇଛି । ଯାନବାହନ ଚଳାଚଳ ଯଥାରୀତି ଚାଲିଛି । ଭୟ ଓ ଆଶଙ୍କା ଦୂର ହୋଇଛି ବୋଲି କହିଛନ୍ତି । ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି । ବିସ୍ଫୋରଣର କାରଣ ଖୋଜିବା ପାଇଁ ତଦନ୍ତ ଜୋରଦାର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ