୧୪ ଦଫା ଦାବି ନେଇ ଆଶା କର୍ମୀଙ୍କ ବ୍ଳକ କାର୍ଯ୍ୟାଳୟ ଘେରାଉ

ଉମରକୋଟ(ବଡ଼ ଖବର ବ୍ୟୁରୋ): ୧୪ ଦଫା ଦାବି ନେଇ ବ୍ଳକ ଅଫିସ ସାମ୍ମନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶା କର୍ମୀ। କେନ୍ଦ୍ର ସରକାର ଆଶା କର୍ମୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଆଶା କର୍ମୀ ଏଥିରୁ ବଞ୍ଚିତ ହେଉଛନ୍ତି। ତେଣୁ ଆଶା କର୍ମୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉମରକୋଟ ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଶା କର୍ମୀ କହିଛନ୍ତି ରାଜ୍ୟ ସରକାର ଆଶା କର୍ମୀଙ୍କୁ ଖଟାଉଛନ୍ତି କିନ୍ତୁ କେନ୍ଦ୍ର ସରକାର ପ୍ରାୟ ଦେଢ ବର୍ଷ ତଳୁ ୧ ହଜାର ଟଙ୍କା ଦରମା ବାବଦକୁ ବୃଦ୍ଧି କରିଥିଲେ ମଧ୍ୟ ଅଦ୍ୟାବଧି ରାଜ୍ୟ ସରକାର ଏହାକୁ ଅଣଦେଖା କରି ଚାଲିଛନ୍ତି। ଏଥି ସହିତ ମୋବାଇଲ୍ ଫୋନ୍ ରିଚାର୍ଜ ବାବଦକୁ ମିଳୁଥିବା ୨୫୦ ଟଙ୍କା ମଧ୍ୟ ଦେଉନାହାନ୍ତି ରାଜ୍ୟ ସରକାର ।

୧୪ ଦଫା ଦାବି ମଧ୍ୟରେ ପ୍ରତ୍ୟେକ ଆଶା କର୍ମୀଙ୍କୁ ୧୮ ହଜାର ଟଙ୍କା ଦରମା ସାଙ୍ଗକୁ ଅନ୍ୟାନ୍ୟ ଆନୁସାଙ୍ଗୀକ ଖର୍ଚ୍ଚ ଯୋଗାଇ ଦେବା ସହ ଆଶା କର୍ମୀଙ୍କୁ ସରକାରୀ ମାନ୍ୟତା ଦେବା ଏବଂ ଅବସର କାଳୀନ ଭତ୍ତା ଏବଂ ପେନସନ ଦେବା ବ୍ୟବସ୍ଥା କରିବା ଆଦି ମୁଖ୍ୟ ଦାବି ରହିଛି । ଏପରିକି ଆଶା କର୍ମୀଙ୍କୁ ସରକାରଙ୍କ ବିଭିନ୍ନ ବୀମା ଯୋଜନାରେ ସାମିଲ କରିବା ପାଇଁ ଦାବି କରାଯାଇଛି। ଏହା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆଶା କର୍ମୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ