ଜୁନାଗଡ଼(ବଡ଼ ଖବର ବ୍ୟୁରୋ): ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼। କଳାହାଣ୍ଡି ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼ ।କଳାହାଣ୍ଡିlର ମିଶ୍ରଣ ପର୍ବରେ ଯୋଗଦେବାକୁ ଯାଉଥିଲେ ସାଙ୍ଗରେ ଥିଲେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ତେବେ
ଜୁନାଗଡ଼ କଲେଜ ଛକରେ ନିକଟରେ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିଛନ୍ତି ବିଜେପି କର୍ମୀ। ଏହି ଘଟଣା ପରେ ଉଭୟ ବିଜେପି ଓ ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ ଚଳାଇଛି।