Masthead

ଟିମ୍ ଇଣ୍ଡିଆର ଆଶା ଧୂଳିସାତ୍

(ବଡ଼ ଖବର ବ୍ୟୁରୋ)   ସବୁ ଆଶା ଆଶାରେ ରହିଗଲା । ଆଫଗାନିସ୍ତାନର ପରାଜୟ ସହ ଚଳିତ ଆଇସିସି ଟି ୨୦ ବିଶ୍ୱକପରେ ଟିମ ଇଣ୍ଡିଆର ସେମିଫାଇନାଲରେ ଆଶା ମଉଳି ଯାଇଛି । ରବିବାର ଆଇସିସି ଟି ୨୦ ବିଶ୍ୱକପର ଗୃପ-୨ର ଏକ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ ପାଇଁ ଟିକେଟ କାଟିଛି । ସେପଟେ ନ୍ୟୁଜଲ୍ୟାଣ୍ଡର ଏହି ବିଜୟ ଭାରତର ବିଶ୍ୱକପ ଅଭିଯାନରେ ବ୍ରେକ ଲଗେଇ ଦେଇଛି ।

ତେବେ ଶେଖ ଜାୟଦ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୨୪ ରନ କରିଥିଲା । ସେହିପରି ନ୍ୟୁଜଲ୍ୟାଣ୍ଡ ମାତ୍ର ୧୮.୧ ଓଭରରେ ୨୨ ୱିକେଟ ହରାଇ ଏହି ଲକ୍ଷକୁ ହାସଲ କରିନେଇଛି । ନ୍ୟୁଜଲ୍ୟାଣ୍ଡ ପାଇଁ କ୍ୟାପଟେନକେନ ୱିଲିୟମସନ୍ ସର୍ବାଧିକ ୪୦(୪୨ ବଲ୍, ୩ ଚୌକା) ଓ ଡେଭେନ୍ କନୱେ ୩୬(୩୨ ବଲ, ୪ ଚୌକା)ରନ କରି ଅପରାଜିତ ଥିଲେ ।

୧୨୫ ରନର ସହଜ ଲକ୍ଷର ପିଛା କରୁଥିବା ନ୍ୟୁଜଲ୍ୟାଣ୍ଡକୁ ଭଲ ଷ୍ଟାର୍ଟ ମିଳିଥିଲା । ଓପ୍ନର ମାର୍ଟିନ ଗପ୍ଟିଲ୍ ଓ ଡାରିଏଲ ମିଚେଲ୍ ପ୍ରଥମ ୱିକେଟ ପାଇଁ ୨୬ ରନ ଯୋଡିଥିଲେ । ମିଚେଲ ୧୭ ରନ କରି ମୁଜୀବ-ଉର-ରେହମାନଙ୍କ ଶିକାର ହୋଇଥିଲେ । ତେବେ କ୍ୟାପଟେନ ୱିଲୟମସନ ଓ କନୱେ ତୃତୀୟ ୱିକେଟ ପାଇଁ ୬୮ ରନର ଭାଗିଦାରୀ କରି ନିଜ ଦଳକୁ ଜିତାଇଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ