Masthead

ଗୋପାଳର ମନ କଥା ଜାଣିବାକୁ ପହଞ୍ଚିଲେ ଏସସିବିର ମନସ୍ତତ୍ୱବିତ୍ ଟିମ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଭିଯୁକ୍ତ ଗୋପାଳ ଦାସଙ୍କ ମନ କଥା ଜାଣିବାକୁ ଝାରସୁଗୁଡାରେ ପହଞ୍ଚିଛନ୍ତି ଏସସିବିର ୪ ଜଣିଆ ମନସ୍ତତ୍ୱବିତ୍ । ଏହି ଟିମ୍ ଅଭିଯୁକ୍ତର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରିବେ । ସେପଟେ ଗୋପାଳର ମାନସିକ ସ୍ଥିତି ଜାଣିବାକୁ ତିଆରି ହୋଇଥିଲା ମେଡିକାଲ ବୋର୍ଡ ଗଠନ ହୋଇଛି । ମନ୍ତ୍ରୀଙ୍କୁ ଗୁଳି ମାଡ଼ ପରେ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଭଲ ନଥିବା କହିଲେ ପରିବାର ଲୋକେ । ଅନ୍ୟପଟେ ମଧ୍ୟଙ୍କ ଗୋପାଳଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ମଧ୍ୟ ମାନସିକ ଅବସ୍ଥା ଠିକ୍ ରହୁନଥିବା କହିଥିଲେ ।

କେତେ ସତ କହୁଛି ଗୋପାଳ? ସତ ଜାଣିବା ପାଇଁ ହେଲା ଲେୟାରଡ୍ ଭଏସ୍ ଆନାଲିସିସ୍ ଟେଷ୍ଟ । ଏହି ପଦ୍ଧତି ମାଧ୍ୟମରେ ଗୋପାଳଙ୍କ ସ୍ୱର ଅନୁଧ୍ୟାନ କରାଯାଉଛି । ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା କହୁଥିବା ବେଳେ ଏହି ପଦ୍ଧତିରେ ସତର ଅନୁଧ୍ୟାନ କରାଯାଉଛି । ଏହା ସହ ଗୋପାଳଙ୍କ ଫରେନସିକ୍ ସାଇକୋଲୋଜିକାଲ୍ ଆସେସମେଂଟ ବା ମନସ୍ତାତ୍ୱିକ ପରୀକ୍ଷା ବି କରାଯାଇଛି । ଏହି ପରୀକ୍ଷା ଦ୍ୱାରା ରିମାଣ୍ଡ ବେଳେ ଗୋପାଳ ଦେଉଥିବା ତଥ୍ୟ କେତେ ନିର୍ଭର ଯୋଗ୍ୟ ତାହା ଜଣାପଡ଼ିବ । ଦିଲ୍ଲୀର କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ଲବରେଟୋରି ବା ସିଏଫଏସଏଲର ଟିମ୍ ଏହି ପରୀକ୍ଷା କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ମାନସିକ ସ୍ଥିତି ଜାଣିବା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ପୁଞ୍ଜିଲାଲ ମେହେର ମାମଲାରେ ଓଡ଼ିଶାରେ ପ୍ରଥମ ଥର ଅଭିଯୁକ୍ତ ନିକଟରୁ ସତ ଜାଣିବା ପାଇଁ ଏଲଭିଏ ପରୀକ୍ଷା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା