Masthead

କରୋନା କଟକଣାକୁ ଫୁ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): କରୋନା କଟକଣାକୁ ଫୁ କଲେ ଶତାଧିକ ଲୋକ । କରଞ୍ଜିଆ ଥାନା ପୁରୁଣାପାଣି ଗାଁର ଗନ୍ଧାହୁଣି ନିକଟରେ ଚାଲିଥିଲା ଫୁଟବଲ ଟୁର୍ଣ୍ଣାମେଣ୍ଟ । ୪ହଜାରରୁ ୫ ହଜାର ଦର୍ଶକ ମିଳିତ ହୋଇ ଖେଳ ଦେଖୁଥିଲେ । ଅଧିକାଂଶ ଲୋକ ବିନାମାସ୍କରେ ମଧ୍ୟ ବସିଥିବା ଦେଖିବାକୁ ମିଳିଥିଲା । ସାମାଜିକ ଦୂରତାକୁ ଯେମିତି ଭୁଲିଯାଇଥିଲେ ଲୋକେ । ପୋଲିସ ସେଠାରେ ଉପସ୍ଥିତ ଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଇନଥିଲା । ଦୋକାନ ଆଗରେ ଭିଡ ଜମାଇଲେ ବେପାରୀଙ୍କୁ ଗଣିବାକୁ ପଡୁଛି ତଣ୍ଡ । ନିରୀହ ଚା ଦୋକାନୀଙ୍କଠାରୁ ଆରମ୍ଭ କରି ପରିବା ବେପାରୀ କେହି ବି ବାଦ ପଡୁନାହାନ୍ତି । କିନ୍ତୁ ଏଠାରେ ଏତେ ସଂଖ୍ୟାରେ ଲୋକ ଖେଳ ଦେଖୁଥିଲେ ସୁଦ୍ଧା ପୋଲିସର ନିଘାନାହି । ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ