Masthead

ଇସ୍ତଫା ଦେଲେ ବାଲାସାହେବ ଥୋରାତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ ): ମହାରାଷ୍ଟ୍ର କଂଗ୍ରେସକୁ ବଡ ଝଟକା । ଦଳର ସମସ୍ତ ପଦରୁ ଇସ୍ତଫା ଦେଲେ ବିଧାୟକଦଳର ନେତା ବାଲାସାହେବ ଥୋରାତ । ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବେର କଂଗ୍ରେସ ବିଧାୟକ ଦଳର ନେତା ବାଲାସାହେବ ଥୋରାତ ଆଜି ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ବାଲାସାହେବ ଥୋରାତ ସ୍ପଷ୍ଟ ଭାବେ ଦଳର ରାଜ୍ୟ ଅଧ୍ୟକ୍ଷ ନାନା ପଟୋଲେଙ୍କ ସହ କାମ କରିବାକୁ ମନା କରିଦେଇଛନ୍ତି । ଥୋରାତଙ୍କ ଇସ୍ତଫା ପରେ ଏବେ ମହାରାଷ୍ଟ୍ର କଂଗ୍ରେସର ଦଳୀୟ କନ୍ଦଳ ଚରମସୀମାରେ ପହଂଚିଛି । କିଛି କଂଗ୍ରେସ ନେତା ନାନା ପଟୋଲେଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି ।

ଏହା ପୂର୍ବରୁ ବାଲାସାହେବ ଥୋରାତ ଦଳର ହାଇକମାଣ୍ଡଙ୍କୁ ଚିଠି ଲେଖି ନାନା ପଟୋଲେଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେ ତାଙ୍କ ଚିଠିରେ ଲେଖିଥିଲେ, ଏବେ ଦଳ ଭିତରେ ନାନା ପଟୋଲେଙ୍କ ସହ କାମ କରିବା କଷ୍ଟକର ହୋଇପଡିଛି । ମହାରାଷ୍ଟ୍ର ଏମଏଲସି ନିର୍ବାଚନ ସମୟରୁ ଏହି ବିବାଦ ଦେଖିବାକୁ ମିଳିଥିଲା । ବାଲାସାହେବ ଥୋରାତଙ୍କ ଭିଣୋଇ ତଥା ନାସିକର ପୂର୍ବତନ ଏମଏଲସି ସୁଧୀର ତାମ୍ବେ କଂଗ୍ରେସ ତରଫରୁ ପ୍ରାର୍ଥୀ ହେବାକୁ ମନା କରିଥିଲେ ଓ ତାଙ୍କ ପୁଅକୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢାଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ