Masthead

ନବଙ୍କ ମୃତ୍ୟୁକୁ ୧୧ ଦିନ, ପୁଣି ରିମାଣ୍ଡରେ ଗୋପାଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କେତେବେଳେ ପାଇଖାନା ଟାଙ୍କିରୁ ଟୁକୁଡା କାଗଜ ତ କେତେବେଳେ ସ୍ପଟକୁ ନେଇ ସିନ୍ ରିକ୍ରିଏସନ । ରାଜ୍ୟର ଜଣେ ଟାଣୁଆ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟାକୁ ୧୧ ଦିନ ପୂରିଲାଣି, ତଥାପି କ୍ରାଇମବ୍ରାଂଚ ହାତ ଖାଲି । ଏହା ମଧ୍ୟରେ ଗୋପାଳକୁ ଆଉ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଏଥିସହ ନାର୍କୋଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି । ପୂର୍ବରୁ ଅଭିଯୁକ୍ତକୁ୨ଥର ୪ ଦିନ ଲେଖାଏଁ ରିମାଣ୍ଡରେ ନେଇ ପଚରାଉଚରା ହୋଇଥିଲେ ବି ଏଯାଏଁ ହତ୍ୟାର କାରଣ ଉପରୁ ପରଦା ହଟିନି । ସେପଟେ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପୋଳିସ ଡ଼ିଜି । କହିଲେ ସବୁ ଦିଗରୁ ଘଟଣାର ତର୍ଜମା କରାଯାଉଛି । ତଦନ୍ତ ପାଇଁ ଆହୁରି ଅଧିକ ସମୟ ଲାଗିବ । ଘଟଣାସ୍ଥଳରେ ଜଷ୍ଟିସ ଜେପି ଦାସ ଓ ପୋଲିସ ଡିଜି ପହଞ୍ଚି ଅନୁଧ୍ୟାନ କରିଛନ୍ତି । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତଦନ୍ତକାରୀ ଟିମ୍ ସହ ଆଲୋଚନା କରିଛନ୍ତି । ତଦନ୍ତ ଠିକ୍ ବାଟରେ ଚାଲିଛି ବୋଲି କହିଛନ୍ତି ଡିଜି । ରାଜ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା ହେଉଛି । ଯାହା କେବେ ବି ଓଡିଶା ଇତିହାସରେ ହୋଇ ନ ଥିଲା । ଏହା ସମସ୍ତଙ୍କୁ ହତବାକ କରିଥିବା ବେଳେ ହତ୍ୟାକାରୀ ଖୋଦ୍ ଜଣେ ପୋଲିସ ଅଧିକାରୀ ହୋଇଥିବାରୁ ଘଟଣା ଅଧିକ ଜଟିଳ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ