Masthead

ନବଙ୍କ ମୃତ୍ୟୁକୁ ୧୧ ଦିନ, ପୁଣି ରିମାଣ୍ଡରେ ଗୋପାଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କେତେବେଳେ ପାଇଖାନା ଟାଙ୍କିରୁ ଟୁକୁଡା କାଗଜ ତ କେତେବେଳେ ସ୍ପଟକୁ ନେଇ ସିନ୍ ରିକ୍ରିଏସନ । ରାଜ୍ୟର ଜଣେ ଟାଣୁଆ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟାକୁ ୧୧ ଦିନ ପୂରିଲାଣି, ତଥାପି କ୍ରାଇମବ୍ରାଂଚ ହାତ ଖାଲି । ଏହା ମଧ୍ୟରେ ଗୋପାଳକୁ ଆଉ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଏଥିସହ ନାର୍କୋଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି । ପୂର୍ବରୁ ଅଭିଯୁକ୍ତକୁ୨ଥର ୪ ଦିନ ଲେଖାଏଁ ରିମାଣ୍ଡରେ ନେଇ ପଚରାଉଚରା ହୋଇଥିଲେ ବି ଏଯାଏଁ ହତ୍ୟାର କାରଣ ଉପରୁ ପରଦା ହଟିନି । ସେପଟେ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପୋଳିସ ଡ଼ିଜି । କହିଲେ ସବୁ ଦିଗରୁ ଘଟଣାର ତର୍ଜମା କରାଯାଉଛି । ତଦନ୍ତ ପାଇଁ ଆହୁରି ଅଧିକ ସମୟ ଲାଗିବ । ଘଟଣାସ୍ଥଳରେ ଜଷ୍ଟିସ ଜେପି ଦାସ ଓ ପୋଲିସ ଡିଜି ପହଞ୍ଚି ଅନୁଧ୍ୟାନ କରିଛନ୍ତି । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତଦନ୍ତକାରୀ ଟିମ୍ ସହ ଆଲୋଚନା କରିଛନ୍ତି । ତଦନ୍ତ ଠିକ୍ ବାଟରେ ଚାଲିଛି ବୋଲି କହିଛନ୍ତି ଡିଜି । ରାଜ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା ହେଉଛି । ଯାହା କେବେ ବି ଓଡିଶା ଇତିହାସରେ ହୋଇ ନ ଥିଲା । ଏହା ସମସ୍ତଙ୍କୁ ହତବାକ କରିଥିବା ବେଳେ ହତ୍ୟାକାରୀ ଖୋଦ୍ ଜଣେ ପୋଲିସ ଅଧିକାରୀ ହୋଇଥିବାରୁ ଘଟଣା ଅଧିକ ଜଟିଳ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି